କନକ ବ୍ୟୁରୋ:  ଶୀତରେ ଅନେକ ଗାଧୋଇବା ନାଁ ଧରନ୍ତିନି । ଆଉ ଯଦି ଗାଧୋଇଲେ ଗରମ ପାଣି ଦରକାର  । ଖରାରେ ଦେହରେ ଥଣ୍ଡା ପାଣିଟିକେ ପଡ଼ିଗଲେ ଯେମିତି ଶାନ୍ତି ଶୀତରେ ଗରମ ପାଣି ସେମିତି ଭାରି ଆରାମ୍ । ତା ସହ ୱାକ୍ ଆଉଟ୍ କରି ଫେରିବା ପରେ ଗରମ ପାଣିରେ ଗାଧୋଇ ପଡ଼ିଲେ ଦେହର ସବୁ ଥକ୍କାପଣ ଚାଲିଗଲା ପରି ଲାଗେ । ସମସ୍ତେ କୁହନ୍ତି ଶୀତରେ ଗରମ ପାଣି ଉପକାରୀ । ହେଲେ ଗରମ ପାଣିରେ ଗାଧୋଇବାବେଳେ ସାବଧାନ ନହେଲେ ଭାରି ଖରାପ  । ଗରମ ପାଣିରେ ଗାଧୋଇବା ୫ ବଡ଼ ସମସ୍ୟା ସୃଷ୍ଟି କରିପାରେ ।

Advertisment

ଅଧିକ ପଢନ୍ତୁ : ସକାଳେ ଖାଲି ପେଟରେ ଏହି ପତ୍ରକୁ ଫୁଟାଇ ପିଅନ୍ତୁ, ମିଳିବ ଚମତ୍କାର ଲାଭ

ଏକ୍ସପର୍ଟସଙ୍କ କହିବା ଅନୁସାରେ, ବହୁତ ଗରମ ପାଣିରେ ଗାଧୋଇଲେ ତ୍ବଚାର ନମନୀୟତା ନଷ୍ଟ ହୁଏ । ଫଳରେ ତ୍ବଚା ଡ୍ରାଏ ହେବା ସହ ଫାଟିବା , କୁଣ୍ଡାଇ ହେବା ସମସ୍ୟା ଦେଖାଯାଏ । ଅତ୍ୟଧିକ ଗରମ ପାଣି ଚର୍ମର କାରେଟିନ୍ ସେଲ୍ସକୁ ନଷ୍ଟ କରିଦିଏ ଫଳରେ ତ୍ବଚା କୁଣ୍ଡାଇହୁଏ ।  ଗରମ ପାଣିରେ ଗାଧୋଇଲେ କେବଳ ତ୍ବଚା ଯେ ଶୁଷ୍କ ହୋଇଯାଏ ତା ନୁହେଁ ବରଂ ଚର୍ମରେ ନାଲି ରଙ୍ଗର ପ୍ୟାଚ୍ ହୋଇ ଏକଜିମା ଭଳି ସମସ୍ୟା ହୁଏ । ବେଳେ ବେଳେ ଚର୍ମ ପୋଡ଼ାଜଳା ପରି ଅନୁଭବ ହୁଏ । ଏହାସହ ଚର୍ମରେ କୁଞ୍ଚନ ବା ରିଙ୍କଲ୍ସ ଦେଖାଯାଏ ।

ଅଧିକ ପଢନ୍ତୁ :ଖାଦ୍ୟରେ ସାମିଲ କରନ୍ତୁ ଛଚିନ୍ଦ୍ରା : ଦେହରୁ ମାରିବ ଅନେକ ରୋଗ

ଖାଲି ଗାଧୋଇବାରେ ନୁହେଁ କେଶ ସଫା କରିବାକୁ ଗରମ ପାଣି ବ୍ୟବହାର କରୁଥିଲେ କେଶ ରୁକ୍ଷ ହୋଇଯାଏ । ଏହାସହ ସ୍କାଲ୍ପର ତୈଳାକ୍ତ ଅଂଶ ନଷ୍ଟହୋଇଯିବାରୁ ରୂପି ସମସ୍ୟା ବି ଆରମ୍ଭ ହୋଇଯାଏ । ମୁଣ୍ଡ କୁଣ୍ଡାଇହୁଏ । ଏହାସହ ରକ୍ତଚାପ ବଢ଼ିଯାଏ । ଫଳରେ ମୁଣ୍ଡ ଧୋଇବା ସମୟରେ ମୁଣ୍ଡ ବୁଲାଇବା ସହ ଅଚେତ ହୋଇଯିବା ଭଳି ସମସ୍ୟା ଦେଖାଯାଏ ।  ଗାଧୋଇବା ସମୟରେ ସାବଧାନତା ଆପଣାଇଲେ ବଡ଼ ସମସ୍ୟା ବର୍ତ୍ତିଯିବେ । ଗାଧୋଇବା ପାଇଁ ଗରମ ନୁହେଁ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ । ପାଣିର ତାପାମାତ୍ରା ଯେପରି ୩୮ରୁ ୪୦ ଡିଗ୍ରି ହୋଇଥିବ । ଗାଧୋଇବା ସମୟ ୫ରୁ ୧୦ ମିନିଟ ଭିତରେ ରଖନ୍ତୁ । 
 ଗାଧୋଇବା ପରେ ମଶ୍ଚରାଇଜର ବ୍ୟବହାର କରନ୍ତୁ ।
 ମୁଣ୍ଡ ଧୋଇବାକୁ ଅଲଗା ଥଣ୍ଡା ପାଣି ବ୍ୟବହାର କରନ୍ତୁ 
ସପ୍ତାହକୁ ୨ଥର ତେଲ ମାଲିସ୍ କରନ୍ତୁ ।