MSP ON SAND Photograph: (KANAK NEWS)
କନକ ବ୍ୟୁରୋ : ବନ୍ଦ ହେବ ବାଲି ମାଫିଆଙ୍କ ମନମାନୀ । ପ୍ରଥମଥର ପାଇଁ ବାଲିରେ ଲାଗୁ ହେବ ଏମ୍ଏସ୍ପି । ମନଇଚ୍ଛା ଦର ବଢାଇ ବାଲି ବିକ୍ରି କରିପାରିବେନି ଲିଜ୍ଧାରୀ । ସରକାର ନିଦ୍ଧାର୍ରିତ କରିଥିବା ଏମ୍ଏସ୍ପି ଦରରେ ହିଁ ବାଲି ବିକ୍ରି କରାଯିବ । ଏମ୍ଏସ୍ପି ଦରରୁ ଟଙ୍କାଟିଏ ମଧ୍ୟ ଅଧିକ ଦରରେ ବିକ୍ରି ହେବନି ବାଲି । ଅଥାର୍ତ ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ । ଏମ୍ଏସ୍ପି ଲାଗୁ ହେବା ଦ୍ବାରା ଟିକେ ଶସ୍ତାରେ ଲୋକଙ୍କୁ ମିଳିବ ବାଲି । ବେଆଇନ ଭାବେ ବାଲି ଉତ୍ତୋଳନ କରି କେହି ବିକ୍ରି କରିପାରିବେନି । ଗତକାଲି କ୍ୟାବିନେଟ ବୈଠକରେ ଲଘୁଖଣି ପାଇଁ ନିଲାମୀରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ସରକାର ।
ଏଣିକି ଇ-ଲଟେରୀ ଜରିଆରେ ମିଳିବ ଲଘୁ ଖଣି । ସେହିଭଳି ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ ଲାଇସେନ୍ସ ଦେବେ ସରକାର । ବିନା ଷ୍ଟୋରେଜ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖି କରିବେ ନାହିଁ । ଗତକାଲି କ୍ୟାବିନେଟ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ର ସଂଶୋଧନ କରାଯାଇଛି । କ୍ୟାବିନେଟ ନିଷ୍ପତ୍ତି ପରେ ଏ ନେଇ ବଡ଼ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।
ଅଧିକ ପଢ଼ନ୍ତୁ : ଶୀତରେ ଗରମ ପାଣିରେ ଗାଧୋଉଥିଲେ ସାବଧାନ, ହୋଇପାରେ ୫ ବଡ଼ ସମସ୍ୟା
Follow Us