କନକ ବ୍ୟୁରୋ: ମାଫିଆଙ୍କ ଚରାଭୂଇଁ ପାଲଟିଛି କଳାହାଣ୍ଡି ଜିଲ୍ଲା କଲମପୁରର ହାତୀ ନଦୀ । ନିୟମ ମାନୁ ନାହାନ୍ତି ଲିଜ୍ଧାରୀ । ବଡ଼ବଡ଼ ମେସିନ ଓ ଗାଡ଼ିରେ ବୋହି ନେଉଛନ୍ତି ବାଲି। ବଡ଼କୁଟରୁ ପାତ୍ରବସା ପୋଲ ଘାଟକୁ ୫ ବର୍ଷ ପର୍ଯ୍ୟନ୍ତ ବାଲି ଖନନ ପାଇଁ ଖଣି ବିଭାଗ ପକ୍ଷରୁ ଲିଜ୍ ପ୍ରଦାନ କରାଯାଇଛି । ହେଲେ ଲିଜଧାରୀ ଲିଜ୍ ସ୍ଥାନକୁ ଛାଡ଼ି ଅନ୍ୟସ୍ଥାନରୁ ଟ୍ରିପ୍ ଟ୍ରିପ୍ ବାଲି ଉଠାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଯାହା ନିକଟରେ ଥିବା ପୋଲ ଓ ଆଖପାଖ ଗାଁ ପ୍ରତି ବିପଦ ସୃଷ୍ଟି କରୁଛି ।
ନଦୀର ୩ଶହ ମିଟର ଦୂରରୁ ବାଲି ଉଠାଣ ପାଇଁ ନିୟମ ରହିଛି । ହେଲେ ନିୟମକୁ ଫୁ’ କରି ପୋଲ ଠାରୁ ମାତ୍ର ୧୦ ରୁ ୧୫ ମିଟର ଛାଡ଼ି ବାଲି ଖନନ କରୁଛନ୍ତି ମାଫିଆ ! ଯାହା ପୋଲର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଲି ଉଠାଣ ଯୋଗୁଁ ପାଖ ଗାଁରେ ଗୋଳିଆ ପାଣି ଆସୁଥିବା ଅଭିଯୋଗ ହେଉଛି । ହେଲେ ନା ଏଥିପ୍ରତି ସ୍ଥାନୀୟ ତହସିଲଦାରଙ୍କ ନଜର ଅଛି ନା ଜିଲ୍ଲା ଖଣି ବିଭାଗ ଅଧିକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।
ଦିନ ରାତି ବାଲି ଚାଲାଣ କରି ଲିଜଧାରୀ ନିଜ ପକେଟ୍ ଗରମ କରୁଛନ୍ତି । ଆଉ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ସହୁଛନ୍ତି। କଲମପୁର ଅଞ୍ଚଳରେ ଏଭଳି ଅନେକ ବେଆଇନ ବାଲି ଘାଟ ଚାଲିଛି । ଅନ୍ୟପଟେ ଏନେଇ ଜିଲ୍ଲା ଖଣି ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେ ଖଣି ଅଧିକାରୀଙ୍କୁ ପଠାଇ ତଦନ୍ତ କରିଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/08/sand-loot-2025-11-08-19-30-07.jpg)