କନକ ବ୍ୟୁରୋ : ଯେତେବେଳେ ସରକାର ଆଉ ପ୍ରଶାସନର ସହାୟତା ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରେନି। ସେତେବେଳେ ଅଭାବୀ ମଣିଷକୁ ସଂଘର୍ଷ କରିବାକୁ ପଡ଼େ। ହକ୍ ପାଇଁ ସଂଗ୍ରାମ କରିବାକୁ ପଡ଼େ। କିଛି ସଂଘର୍ଷ କରି ଜିତି ଯାଆନ୍ତି ଆଉ କିଛି ସେଇ ସେମିତି ସମସ୍ୟା ଜୁଝି ହୁଅନ୍ତି। ଦୁଇହାତ ମାଟି କୁଡ଼ିଆରେ ପୁଅ ସହିତ ବଚିଂବାର ରାହା ଖୋଜୁଛନ୍ତି ଜଣେ ବିଧବା ମାଆ। ସେଇ ଦୟନୀୟ ଚିତ୍ର ଦେଖିବା ପରେ ଆପଣମାନେ ମଧ୍ୟ ପ୍ରଶ୍ନ କରିବେ, ଏମିତି ପରିସ୍ଥିତିରେ ପାଇଁ ଦାୟୀ କିଏ?
ଭିଜିଲାନ୍ସ ହାତକୁ ଗଲା ସୁନ୍ଦରଗଡ଼ ଖଣି ଦୁର୍ନୀତିର ତଦନ୍ତ ଭାର : ଗଠନ ହେଲା ଏସଆଇଟି
ଦୁଇ ହାତର ମାଟି କୁଡ଼ିଆ । ମାଟି କୁଡ଼ିଆରେ ଛାତ କହିଲେ, ଅଳିଆ ଗଦାରୁ ମିଳିଥିବା ଚିରାଫଟା ଜରି ପାଲ। ଭିତରକୁ ପଶିବା କାଠିକର ପାଠ। ଗୃହପାଳିତ ପଶୁ ବି ରହିବା କଷ୍ଟକର। ହେଲେ ଏଇଠି ରହି ବଞ୍ଚିବାକୁ ସଂଘର୍ଷ କରୁଛି ଦୁଇଟି ଜୀବନ। ବିଧବା ମାଆଟିଏ କୁନି ପୁଅକୁ ଧରି ଏଠି ରହୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ୪୮ ଡିଗ୍ରୀର ଖରା ହେଉ କି, ମୁଶଳ ଧାରାର ବର୍ଷା, ୮ ଡିଗ୍ରୀର ହାଡ଼ଭଙ୍ଗା ଜାଡ଼ରେ ବି ପଲା ଭିତରେ ରହି ପ୍ରଶାସନର ସହାୟତାକୁ ଅପେକ୍ଷା କରିହିଛନ୍ତି ମାଆ ପୁଅ।
କନକ ନ୍ୟୁଜର ମହାପ୍ରଭାବ; ଶେଷରେ ସିଲ ହେଲା ସୁନ୍ଦରଗଡ଼ ଆର୍ୟନ କୋଲ ୱାସେରୀ…
ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ବିରିବିରା ଗାଁର ପୁଷ୍ପା ଡେଲକି ଓ ତାଙ୍କ ୧୩ ବର୍ଷର ପୁଅ। ୧୦ ବର୍ଷ ପୂର୍ବେ ଆରପାରିକୁ ଚାଲିଗଲେ ସ୍ୱାମୀ । ତାପରେ ଦୁର୍ବିସହ ହୋଇପଡ଼ିଛି ମା’-ପୁଅଙ୍କ ଜୀବନ। ପୁରୁଣା ମାଟି ଘରଟି ପର୍ଯ୍ୟାୟକ୍ରମେ ଭାଙ୍ଗିଗଲା। ଏବେ ଯାହା ବଞ୍ଚିଛି ତାହା ଆପାଣଙ୍କ ସାମନାରେ। ଦଦରା ଘରୁ ମୁକାଳିବା ପାଇଁ ପୁଷ୍ପା ଡେଲକି ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ପ୍ରାଶାସନିକ ବାବୁ, ସମସ୍ତଙ୍କୁ ଭେଟି ଗୁହାରି କରିଛନ୍ତି । ପ୍ରତିବଦଳରେ ଆଶ୍ୱାସନା ଛଡ଼ା ଆଉ କିଛି ମିଳିନି । ପ୍ରଶାସନ ପାଖରୁ ନିରାଶ ହେବା ପରେ ଭାଗ୍ୟକୁ ଆଦରି ଆଖିରେ ଆଖିଏ ଲୁହ ନେଇ ମାଆ ହେବାର କର୍ତବ୍ୟ ନିର୍ବାହ କରି ଆସୁଛନ୍ତି।
ସୁନ୍ଦରଗଡ଼କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : କହିଲେ ଉତ୍ତର ଓଡ଼ିଶା ବିକାଶ ପରିଷଦରେ ସାମିଲ ହେବ ସୁନ୍ଦରଗଡ଼ ଜିଲ୍ଲା
ସରକାରଙ୍କ ବ୍ୟବସ୍ଥାରେ ଭୂମିହୀନ ହିତାଧିକାରୀଙ୍କୁ ବସୁନ୍ଧରା ଯୋଜନାରେ ଜମି ପ୍ରଦାନ କରି ଆବାସ ଯୋଗାଇ ଦିଆଯିବ। ଏଠି କିନ୍ତୁ ପ୍ରଶାସନ ଅବହେଳାର ଶିକାର ହୋଇଛନ୍ତି ପୁଷ୍ପା ଓ ତାଙ୍କ ପୁଅ। ଏମାନଙ୍କ ଖବର ନେଇ ସଦର ବିଡିଓଙ୍କ ପାଖରେ ପହଞ୍ଚିଥିଲେ ଆମ ପ୍ରତିନିଧି।
କନକ ନ୍ୟୁଜ୍ରେ ଅପରେସନ୍ କଳା ହୀରା ପାର୍ଟ-୨ : ସୁନ୍ଦରଗଡ଼ ତେଲେନଡିହି ପରେ ମାଫିଆଙ୍କ ନୂଆ ଠିକଣା ରତନସରା
ଏବେ ବି ତ ପ୍ରତିଶ୍ରୁତି ମିଳିଛି। ତେବେ ଦେଖାଯାଉ, ଏ ପ୍ରତିଶ୍ରୁତି ପୂରଣ ହେଉଛି ନା ପୂର୍ବଭଳି ଶୀତଳଭଣ୍ଡାରକୁ ଚାଲିଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/03/sundargarh-2025-12-03-21-01-28.jpg)