ମାଆ ପୁଅ ମିଶି ଚଳାଇଥିଲେ ବ୍ରାଉନସୁଗର କାରବାର; ଧରାପଡ଼ିଲା ୬୮୦ ଗ୍ରାମର ଧଳାଜହର

Advertisment

ଗୋଟିଏ ପରିବାରର ମାଆ ଓ ପୁଅ ମିଶି ଦୀର୍ଘ ଦିନ ଧରି ବ୍ରାଉନସୁଗର ଭଳି ସାଂଘାତିକ ନିଶା କାରବାର ଚଳାଇ ଆସୁଥିଲେ । ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗ ଏହି ବେଆଇନ୍ କାରବାରର ପର୍ଦ୍ଦାଫାଶ କରିବାରେ ବଡ଼ ସଫଳତା ହାସଲ କରିଛି ।

ଗୋଟିଏ ପରିବାରର ମାଆ ଓ ପୁଅ ମିଶି ଦୀର୍ଘ ଦିନ ଧରି ବ୍ରାଉନସୁଗର ଭଳି ସାଂଘାତିକ ନିଶା କାରବାର ଚଳାଇ ଆସୁଥିଲେ । ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗ ଏହି ବେଆଇନ୍ କାରବାରର ପର୍ଦ୍ଦାଫାଶ କରିବାରେ ବଡ଼ ସଫଳତା ହାସଲ କରିଛି ।

Brown Sugar

Brown Sugar Photograph: (kanak news)

କନକ ବ୍ୟୁରୋ : ରାଜ୍ୟରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଢେଙ୍କାନାଳ ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଗୋଟିଏ ପରିବାରର ମାଆ ଓ ପୁଅ ମିଶି ଦୀର୍ଘ ଦିନ ଧରି ବ୍ରାଉନସୁଗର ଭଳି ସାଂଘାତିକ ନିଶା କାରବାର ଚଳାଇ ଆସୁଥିଲେ । ତେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗ ଏହି ବେଆଇନ୍ କାରବାରର ପର୍ଦ୍ଦାଫାଶ କରିବାରେ ବଡ଼ ସଫଳତା ହାସଲ କରିଛି ।

ସୂଚନା ଅନୁଯାୟୀ, କାମାକ୍ଷାନଗର ସହରର ମୁଣ୍ଡିଦେଉଳି ସାହିରେ ବ୍ରାଉନସୁଗର ବିକ୍ରି ହେଉଥିବା ନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା । ଏହା ପରେ ବିଭାଗର ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଘଟଣାସ୍ଥଳରୁ ପ୍ରାୟ ୬୮୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରାଯାଇଛି । ଜବତ ହୋଇଥିବା ଏହି ଧଳାଜହରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୬୮ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅବକାରୀ ବିଭାଗ ମାଆ ଓ ତାଙ୍କ ପୁଅକୁ ଗିରଫ କରିଛି। ତେବେ ଚଢ଼ାଉ ବେଳେ ସୁଯୋଗ ଦେଖି ଅନ୍ୟ ଜଣେ ପୁଅ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡିଛି। ଏହି ପରିବାର ଦୀର୍ଘ ଦିନ ହେବ ପୋଲିସ ଓ ଅବକାରୀ ବିଭାଗକୁ ଚକମା ଦେଇ ଏହି ବେଆଇନ୍ ବ୍ୟବସାୟ ଚଳାଇ ଆସୁଥିଲେ ।

ଅଧିକ ପଢ଼ନ୍ତୁ--ସୁବର୍ଣ୍ଣପୁରରେ ୪ କୋଟିର ଗଞ୍ଜେଇ ଜବତ, ୩ ଗିରଫ

ଅନ୍ୟପକ୍ଷରେ, ଗଞ୍ଜାମ ଜିଲ୍ଲାରୁ ନିଶା ଚାଲାଣର ଏକ ଅଭିନବ ଉପାୟ ଦେଖିବାକୁ ମିଳିଛି । ସେଠାରେ ଦୁର୍ବୃତ୍ତମାନେ କ୍ରିକେଟ୍ ବ୍ୟାଟ୍ ଭିତରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ କରୁଥିବା ବେଳେ ଧରାପଡିଛନ୍ତି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ନିଶା ମାଫିଆଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ଗିରଫ ଅଭିଯୁକ୍ତ ମାନେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଅଲି ହୁସେନ ଓ ରୋନି ଶେଖ୍। ବ୍ରହ୍ମପୁର ରେଳ ଷ୍ଟେସନରେ ସରକାରୀ ରେଳବାଇ ପୋଲିସ ଓ ଆରପିଏଫ୍ ପକ୍ଷରୁ ମିଳିତ ତନଖି ଚାଲିଥିଲା। ଏହି ସମୟରେ ଉଭୟ ଅଭିଯୁକ୍ତ ଧରାପଡ଼ିଥିଲେ। ସେମାନେ ହାୱଡା - ତିରୁଚିନାପଲ୍ଲୀ  ଏକ୍ସପ୍ରେସ ଯୋଗେ କେରଳକୁ ୧୦ଟି କ୍ରିକେଟ ବ୍ୟାଟ୍ ଓ ୨୩ଟି ମୁଣାରେ ୧୭ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ରଖି ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଥିଲେ। ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ତଳେ ପଡ଼ି ଆହତ ହୋଇଥିଲେ। ଆହତ ଅଭିଯୁକ୍ତକୁ ପ୍ରାଥମିକ ଚିକିତ୍ସା ପରେ ଉଭୟ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe