କନକ ବ୍ୟୁରୋ: ଗଞ୍ଜେଇ ଚାଷ ନଷ୍ଟ କରିବାକୁ କୋରାପୁଟରେ ଅପରେସନ୍ ଗ୍ରୀନ କ୍ଲିନ । ୪୪ ଏକର ଜଙ୍ଗଲ ଓ ରାଜସ୍ବ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟିବା ପରେ ପୋଡ଼ି ନଷ୍ଟ କରାଯାଇଛି । ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ଲାମ୍ପି ଓ ଗନ୍ଦୀଶିକାରୀପୁଟ ଜଙ୍ଗଲରୁ ଅପରେସନ ଗ୍ରୀନ କ୍ଲିନ୍ ଆରମ୍ଭ କରିଛନ୍ତି ।
ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ ; ଲଗାଇଥିଲେ ପାଖାପାଖି ୮୦ ଗଛ
ନନ୍ଦପୁର ଅବକାରୀ, ପୋଲିସ, ରାଜସ୍ବ ଓ ଜଙ୍ଗଲ ବିଭାଗକୁ ନେଇ ଗଠିତ ମିଳିତ ଚଢ଼ାଉ କରି ଅପରେଶନର ପ୍ରଥମ ଦିନରେ ଦୁଇ ଗ୍ରାମ ପାର୍ଶ୍ଵର ୪୪ ଏକର ଜଙ୍ଗଲ ଓ ରାଜସ୍ବ ଜମିରେ ବେଆଇନ ଭାବେ ଚାଷ ହୋଇଥିବା ୫୨୮୦୦ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରାଯାଇଛି । ଅତିଶୀଘ୍ର ବେଆଇନ ଭାବେ ଗଞ୍ଜେଇ ଚାଷୀ କରିଥିବା ଚାଷୀଙ୍କୁ ଚିହ୍ନଟ କରାଯିବ । ନନ୍ଦପୁର ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏଭଳି ବେଆଇନ ଗଞ୍ଜେଇ ଚାଷ ହୋଇଥିବା ଗୁଇନ୍ଦା ସୂଚନା ରହିଛି । ତେଣୁ ଆଗାମୀ ଦିନରେ ମିଳିତ ଚଢ଼ାଉ ଦଳର ଏଭଳି ଚଢ଼ାଉ ବ୍ୟାପକ ହେବ ବୋଲି ଦୁଇ ଅଧିକାରୀ ସୂଚନା ଦେଇଛନ୍ତି ।
ଗଞ୍ଜେଇ ଚାଷକୁ ନେଇ ତେଜିଲା ରାଜନୀତି । ପରସ୍ପରକୁ ଦୋଷ ଠେଲିଲେ ବିଜେଡି-ବିଜେପି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/12/marijuana-2025-11-12-13-44-41.jpg)