Photograph: (Kanak News)
କନକ ବ୍ୟୁରୋ : ପ୍ରେମକୁ ମିଳିଲାନି ପରିବାରର ସହମତି । ନାବାଳିକା ଝିଅର ମା’ ଓ ପୁଅକୁ ହତ୍ୟା କଲା ପ୍ରେମିକ । ନାବାଳିକା ଓ ପ୍ରେମିକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ୍ । ଏଥିସହ କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଘଟିଥିବା ମା’ ଓ ପୁଅ ନିଖୋଜ ଘଟଣାର ପର୍ଦ୍ଦାଫାସ ହୋଇଛି । ସୂଚନା ଅନୁସାରେ, ବୋରିଗୁମ୍ମା ସ୍ଥିତ ଦାସିରି ସାହିରେ ବାସ କରୁଥିବା ଜଣେ ୪୫ ବର୍ଷୀୟ ମହିଳା ଅନୁଷ୍କା ପରିଡ଼ା ଓ ତାଙ୍କର ୧୩ ବର୍ଷର ପୁଅ ଗତ ୨୦ ତାରିଖରେ ନିଖୋଜ ହୋଇଥିଲେ । ତେବେ ୨୧ ତାରିଖରେ ନିଖୋଜ ନେଇ ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଭାଇ ସତ୍ୟବାନ ପାତ୍ର । ନିଖୋଜ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଥିଲା ।
ନିଖୋଜର ଦୁଇ ଦିନ ପରେ କୋଟପାଡ଼ ଥାନା ଅନ୍ତର୍ଗତ ଅଣ୍ଡରାମୁଣ୍ଡା କେନାଲରେ ଏକ ଅଖା ବସ୍ତାରେ ଶବ ଭାସୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ, ଅଗ୍ନିଶମ ବିଭାଗ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ବସ୍ତା ଭିତରୁ ପୁଅ ଏହେମ ପରିଡ଼ାର ଗଳିତ ଶବ ଉଦ୍ଧାର କରିଥିଲେ । ପୁଅର କଟାଯାଇଥିବା ବେଳେ ହାତ ଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ ମା’ଙ୍କ ମୃତଦେହ ଜୟନ୍ତୀଗିରିର କେନାଲରେ ଭାସୁଥିବାର ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ବାହାଘର ପରେ ଅପହରଣ କାଣ୍ଡ : ବନ୍ଧୁକ ଦେଖାଇ ନବବଧୂକୁ ନେଇଗଲା ପ୍ରେମିକ , ଥାନାରେ ପହଞ୍ଚିଲେ ବର
ଘଟଣାରେ ପୁଲିସ ନାବାଳିକାକୁ ପଚରା ଉଚରା କରୁଛି । ସାଇଣ୍ଟିଫିକ ଟିମ ମୃତ ମହିଳାଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ସମ୍ପର୍କୀୟଙ୍କ କହିବା ଅନୁସାରେ, ଏକ ପୁଅକୁ ପ୍ରେମ କରୁଥିଲେ ନାବାଳିକା ଝିଅ। ମା’ ଅନୁଷ୍କା ପରିଡ଼ା ପ୍ରେମ ସମ୍ପର୍କକୁ ବାରଣ କରିଥିଲେ । ଯେଉଁଥିରେ ଉତ୍ୟକ୍ତ ହୋଇ ସବୁଦିନ ପାଇଁ ରାସ୍ତାର କଣ୍ଟାକୁ ହଟାଇବା ପାଇଁ ଏଭଳି କାଣ୍ଡ ଘଟାଇଛି ବୋଲି ଅଭିଯୋଗ ହୋଇଛି । ସେପଟେ ପୁଲିସ ପ୍ରେମିକକୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରୁଛି ।
Follow Us