କନକବ୍ୟୁରୋ : ମହାଶିବରାତ୍ରିରେ ନିଆରା ମାନସିକ। ପ୍ରେମ ପାଇଁ ରାସ୍ତାରେ ଗଡି ଗଡି ମନ୍ଦିର ଗଲେ ଯୁବକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ । ତଳେ ଗଡି ଗଡି ସ୍ଥାନୀୟ ଅମ୍ବାଦଳା କପିଳେଶ୍ୱର ମନ୍ଦିରରକୁ ଯାଇଛନ୍ତି ଲୋକନାଥ ଡ଼ଙ୍ଗରି । ସ୍ଥାନିୟ ଇଚ୍ଛାପୁର ପଂଚାୟତ ଡାଙ୍ଗବାଡ଼ି ଗ୍ରାମର ଲୋକନାଥ ଡ଼ଙ୍ଗରି ଜଣେ ଉଚ୍ଚ ଶିକ୍ଷିତ । ଚେନ୍ନାଇ ର ଏକ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟ କରନ୍ତି ।
ଅଧିକ ପଢନ୍ତୁ... ଶିବରାତ୍ରୀରେ କଳାକନା ବୁଲାଇଲେ ଲୁଟେରା : ପୁଲିସ୍ ର ଦତନ୍ତ ଆରମ୍ଭ
ହେଲେ ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ସେ ଏଭଳି କରିଛନ୍ତି । ଡାଙ୍ଗବାଡ଼ି ଠାରୁ ଅମ୍ଳଭଟା ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ଧାରଣା ପଡିପଡି ମନ୍ଦିର ଯାଇଛନ୍ତି । ଭଗବାନ ଶିବଙ୍କୁ ଦର୍ଶନ କରିବା ସହ ଭଗବାନଙ୍କ ନିକଟରେ ମାନସିକ ରଖିଛନ୍ତି । ଶାଶ୍ଵତ ପ୍ରେମକୁ ସାର୍ଥକ କରିବା ପାଇଁ ମନ୍ଦିର ରାସ୍ତାରେ ପୁଅକୁ ସୁରକ୍ଷା ଦବାକୁ ବସ୍ତ୍ର ପକାଇ ଧାରଣା ପଡି ଯିବାରେ ସାହାଯ୍ୟ କରି ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି ପିତାମାତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/love-2026-02-16-10-59-24.jpg)