କନକ ବ୍ୟୁରୋ : ବାହାଘର ସାରି କନ୍ୟାକୁ ଧରି ଫେରୁଥିଲା ବର । ଅଧା ରାସ୍ତାରେ ନବ ବଧୂକୁ ବନ୍ଧୁକ ଦେଖାଇ ନେଇଗଲା ପ୍ରେମିକ । ଶିଶୁପାଳ ହୋଇ ଫେରିଲା ବର । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ରୋଚକ ଘଟଣା । ବୌଦ୍ଧ ଜିଲ୍ଲା କଣ୍ଟାମାଳରୁ ବଲାଙ୍ଗୀର ଜିଲ୍ଲା ଖୁଜେନପାଲିକୁ ଫେରୁଥିଲେ ବର ବଧୂ ।
ଅଧିକ ପଢନ୍ତୁ : ପ୍ରେମିକାଙ୍କୁ ହାର୍ଦ୍ଦିକଙ୍କ ଟାଟୁ ଉପହାର: ଜାଣନ୍ତ ଏହି ଟାଟୁର ରହସ୍ୟ
ତରଭା ଥାନା ନିକଟରେ ଅଚାନକ ୪/୫ ଜଣ ଯୁବକ ଆସି ଗାଡ଼ି ଅଟକାଇ ଥିଲେ । ଗାଡ଼ି ଅଟକିବା ପରେ ବନ୍ଧୁକ ଦେଖାଇ ଗାଡିରୁ ନବ ବଧୂକୁ ନେଇଯାଇଥିଲେ । ଏହି ଘଟଣାକୁ ନେଇ ତରଭା ଥାନାରେ ପହଞ୍ଚିଥିଲେ ବର। ଏଯାଏଁ କୌଣସି ଲିଖିତ ଅଭିଯୋଗ ହୋଇ ନଥିଲେ ମଧ୍ୟ ପୁଲିସ୍ଏ ନେଇ ତନାଘନା ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/22/marriage-2026-02-22-12-02-55.jpg)