କନକ ବ୍ୟୁରୋ: ମହାନଦୀ ଜଳ ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅଣ୍ଟା ଭିଡ଼ିଛନ୍ତି ମୋହନ ସରକାର । ଆଜି ଭୁବନେଶ୍ବରରେ ବସିବ ଉଚ୍ଚସ୍ତରୀୟ କମିଟି ବୈଠକ । ଏହି ବୈଠକରେ ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଲାଗି ରହିଥିବା ବିବାଦକୁ ନେଇ ଚାଲିବ ମାନସମନ୍ଥନ । କାହିଁକି ବିବାଦ ଜନ୍ମ ନେଲା? ସମାଧାନର ରାସ୍ତା କ’ଣ? ଆପୋସ ବୁଝାମଣା କାହିଁକି ହେଲାନି? ଟ୍ରିବ୍ୟୁନାଲରେ କାହିଁକି ମାମଲା ଗଡ଼ିଲା? ଏସବୁ ପ୍ରଶ୍ନର ଉତ୍ତର ଖୋଜି ସମାଧାନ ବାଟକୁ ସହଜ କରିବ କମିଟି । 

Advertisment

ଅଦିନିଆ ରଥଯାତ୍ରା ଏକ ଭୟଙ୍କର ବ୍ୟତିକ୍ରମ: ଅଦିନିଆ ରଥଯାତ୍ରା ନେଇ ପୁରୀ ଗଜପତି ମହାରାଜାଙ୍କ ବଡ ପ୍ରତିକ୍ରିୟା

ବୈଷୟିକ ଏବଂ ପ୍ରାଶାସନିକ ସ୍ତରରେ ଆବଶ୍ୟକ ନୀତିଗତ ଦିଗଦର୍ଶନ ପ୍ରଦାନ କରିବ ଏହି କମିଟି । ଏହି ଉଚ୍ଚସ୍ତରୀୟ କମିଟିରେ ସବୁ ଦଳର ସଦସ୍ୟ ଥିବାରୁ ସମାଧାନର ବାଟ ଫିଟିବ ବୋଲି ଆଶା ବଢିଛି । ମହାନଦୀ ବିବାଦ ଓଡ଼ିଶା ପାଇଁ ନୂଆ ନୁହେଁ । ଉପରମୁଣ୍ଡରେ ଛତିଶଗଡ ବ୍ୟାରେଜ ନିର୍ମାଣ କରୁଥିବାରୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରୁ ଟ୍ରିବ୍ୟୁନାଲ ଯାଏଁ ଦ୍ବାରସ୍ଥ ହୋଇଥିଲା ଓଡ଼ିଶା । ହେଲେ ସମାଧାନ ହେବା ପରିବର୍ତ୍ତେ ବିବାଦ ବଢିଥିଲା । ଏବେ ଉଭୟ ଛତିଶଗଡ ଓ ଓଡ଼ିଶାରେ ବିଜେପି ସରକାର । ତେଣୁ ଓଡ଼ିଶା ଭଳି ଛତିଶଗଡ ଉଚ୍ଚସ୍ତରୀୟ କମିଟି ଗଢି ଆଲୋଚନା ଟେବୁଲକୁ ଆସନ୍ତୁ ବୋଲି ଦାବି ରଖିଛନ୍ତି ମହାନଦୀ ବଞ୍ଚାଅ ଅଭିଯାନର ଆବାହାକ ।