କନକ ବ୍ୟୁରୋ ; ଭାରତୀୟ କ୍ରିକେଟ ଦଳର ପୂର୍ବ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନ କେବେ ଭାରତୀୟ କ୍ରିକେଟର ଟିମ୍ ସମ୍ଭାଳିଥିଲେ । ଏବେ ସେ ତେଲେଙ୍ଗାନା ସରକାରରେ ଭାଗ ନେଇଛନ୍ତି । କଂଗ୍ରେସ ନେତା ତଥା ପୂର୍ବ କ୍ରିକେଟର ଆଝାରୁଦ୍ଦିନ ଶୁକ୍ରବାର ଦିନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ମନ୍ତିମଣ୍ଡଳରେ ସାମିଲ ହୋଇଛନ୍ତି । ରାଜଭବନରେ ଆୟୋଜିତ ଏକ ସମାରୋହରେ ତାଙ୍କୁ ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଏହି ଶପଥଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ମନ୍ତ୍ରୀ ଓ ନେତା ଉପସ୍ଥିତ ଥିଲେ । ଆଝାରୁଦ୍ଦିନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରେ ଏବେ ତେଲେଙ୍ଗାନା କ୍ୟାବିନେଟରେ ମନ୍ତ୍ରିଙ୍କ ସଂଖ୍ୟା ୧୬ ରେ ପହଂଚିଛି । ଏବେ ବି ଆହୁରି ୨ ଟି ମନ୍ତ୍ରିପଦ ଖାଲି ରହିଛି । ବିଧାନସଭା ଆକାରକୁ ନେଇ ତେଲେଙ୍ଗାନା ସରକାରରେ ସର୍ବାଧିକ ୧୮ ମନ୍ତ୍ରୀ ରହିପାରିବେ । ମହମ୍ମଦ ଆଝାରୁଦ୍ଦିନ ଅଗଷ୍ଟମାସ ଶେଷ ସପ୍ତାହରେ ରାଜ୍ୟପାଳଙ୍କ କୋଟାରେ ବିଧାନ ପରିଷଦ ସଦସ୍ୟ ଭାବେ ନାମିତ ହୋଇଥିଲେ । ସେ ୨୦୨୩ ବିଧାନସଭା ନିର୍ବାଚନରେ ଜୁବଲି ହିଲ୍ ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ।
ଆଝାରୁଦ୍ଦିନ ୨୦୦୯ ମସିହାରେ କ୍ରିକେଟ ଛାଡ଼ି ରାଜନୀତିରେ ପାଦ ଦେଇଥିଲେ । କଂଗ୍ରେସ ଟିକେଟରୁ ସେ ଉତ୍ତରପ୍ରଦେଶର ମୁରାଦାବାଦ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା । ସେ ବିଜୟୀ ମଧ୍ୟ ହୋଇଥିଲେ । ହେଲେ ୨୦୧୪ ଓ ୨୦୨୩ ନିର୍ବାଚନରେ ପରାଜିତ ହୋଇଥିଲେ । ଏହାପରେ ସେ ୨୦୧୮ ମସିହାରେ ତେଲେଙ୍ଗାନା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ । ୨୦୨୩ ବିଧାନସଭା ନିର୍ବାଚନରେ ଜୁବଲିହିଲ୍ ଆସନରୁ ନିର୍ବାଚନ ଲଢି ୧୬ ହଜାର ଭୋଟରେ ପରାଜିତ ହୋଇଥିଲେ । ବିଆରଏସ୍ ପ୍ରାର୍ଥୀ ଆଝାରୁଦ୍ଦିନଙ୍କୁ ପରାଜିତ କରିଥିଲେ ।
ଟାରିଫ୍ ଲଢ଼େଇ ଭିତରେ ସୁଧୁରୁଛି ସମ୍ପର୍କ: ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କରେ ନୂଆ ଅଧ୍ୟାୟ
ଆଝାରୁଦ୍ଦିନଙ୍କ ଗଣତି ଭାରତୀୟ କ୍ରିକେଟ ଟିମର ଜେଣ ସଫଳ ଅଧିନାୟକ ଭାବେ ହୋଇଥିାଏ । ତାଙ୍କ କ୍ରିକେଟ କ୍ୟାରିୟର କଥା କହିଲେ ସେ ୯୯ ଟି ଟେଷ୍ଟ ମ୍ୟାଚ ଖେଳି ୬୨୧୫ ରନ କରିବା ସହ ୨୨ ଟି ଶତକ ଓ ୨୧ ଟି ଅର୍ଦ୍ଧଶତକ କରିଥିଲେ । ସେହିଭଳି ଏକଦିବସୀୟରେ ୩୩୪ ଟି ମ୍ୟାଚ ଖେଳି ୯୩୭୮ ରନ କରିଥିଲେ । ଯାହା ମଧ୍ୟରେ ୭ ଶତକ ଓ ୫୮ ଟି ଅର୍ଦ୍ଧଶତକ ରହିଛି । ଟେଷ୍ଟମ୍ୟାଚରେ କ୍ୟାପଟେନ ଭାବେ ସେ ୪୭ ଟି ମ୍ୟାଚର ଅଧିନାୟକ ହୋଇଛନ୍ତି । ସେହିଭଳି ୧୭୪ ଟି ଏକଦିବସୀୟ ମ୍ୟାଚର ସେ ବି ଅଧିନାୟକ ପଦ ସମ୍ଭାଳିଥିଲେ । ୨୦୦୦ ମସିହାରେ ମ୍ୟାଚ୍ ଫିକ୍ସିଂ ମାମଲାରେ ବିସିିସିଆଇ ତାଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/31/telengana-2025-10-31-16-30-45.jpg)