କନକବ୍ୟୁରୋ : ରାୟଗଡା ସ୍ଥିତ ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନରେ ଜଣେ  ଛାତ୍ରୀଙ୍କୁ  ଅସଦାଚରଣ ଅଭିଯୋଗ। ଜଣେ ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ଧାରଣାରେ ଆଜି ବସିଛନ୍ତି ଛାତ୍ରଛାତ୍ରୀ I ଅନୁଷ୍ଠାନ ଆଗରେ ଧାରଣାରେ ବସି ଛାତ୍ରଛାତ୍ରୀମାନେ ନ୍ୟାୟ ଦିଆଯାଉ ବୋଲି ନାରାବାଜି କରୁଥିବା ଦେଖିବାକୁ ମିଳିଛି I

Advertisment

ଗୁଜରାଟରେ ଭବ୍ୟ ପରେଡରେ ଅଭିବାଦନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ: ପଟେଲଙ୍କ ଅବଦାନକୁ କଲେ ସ୍ମରଣ

ଅଧିକ ପଢନ୍ତୁ ..... 

ପ୍ରଥମ ସେମିଷ୍ଟାର ଛାତ୍ରୀଙ୍କୁ ଗଣିତ ବିଭାଗ ପକ୍ଷରୁ ଅଧ୍ଯାପକ ପ୍ରଦୀପ ତ୍ରିପାଠୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲାI ଇଣ୍ଟରନାଲ କମିଟିର ଯାଞ୍ଚ୍ ପରେ ବି କାର୍ଯ୍ଯାନୁଷ୍ଠାନ ହୋଇନଥିଲା ବୋଲି  ଛାତ୍ରଛାତ୍ରୀମାନେ ଅଭଯୋଗ କରିଛନ୍ତି I ଗତ ୨୫ ତାରିଖରେ ଅଧ୍ୟାପକ ଜଣଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଧ୍ୟକ୍ଷଙ୍କୁ ଅଭିଯୋଗ ହୋଇଥିଲା I ପୂର୍ବରୁ ମଧ୍ୟ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଜଣେ ଛାତ୍ର ପ୍ରକାଶ କରିଛନ୍ତି I ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ I

ଘଟଣା ସ୍ଥଳରେ ପହଞ୍ଚିଲା ରାୟଗଡା ପୁଲିସ

ଅଟୋଚାଳକଙ୍କ ବଡ଼ପଣ । ଭିନ୍ନକ୍ଷମଙ୍କୁ ବର୍ଷକ ୧୨ ମାସ ମାଗଣା ସେବା, ଅସହାୟ ରୋଗୀଙ୍କ ପାଇଁ ଦିନକୁ ୨ ଘଣ୍ଟା ଫ୍ରି ସେବା ।

ଅଧିକ ପଢନ୍ତୁ..... 

ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଲା ପରେ ରାୟଗଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା I  ଏପରିକି ଛାତ୍ରଛାତ୍ରୀମାନେ ଅନୁଷ୍ଠାନର ଫାଟକ ବନ୍ଦ କରି ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଛନ୍ତି I ରାୟଗଡା ଏସ ଡି ପି ଓ ଗୌରହରି ସାହୁ ଓ ଆଇ ଆଇ ସି ପ୍ରସନ୍ନ କୁମାର ବେହେରା ଉତ୍ତେଜିତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛନ୍ତି I ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଦ ଧରି ଫାଟକ ସମ୍ମୁଖରେ ବସିଛନ୍ତି  I

ଖବର ଅପଡେଟ୍ ହେଉଛି ....