କନକ ବ୍ୟୁରୋ: ଭାରତ ସହିତ ଆମେରିକା ଆଜି ୧୦ ବର୍ଷର ଏକ ପ୍ରତିରକ୍ଷା ଢାଞ୍ଚାରେ ସ୍ବାକ୍ଷର କରିଛି । ଦୁଇଦେଶ ମଧ୍ୟରେ ଏହା ପ୍ରତିରକ୍ଷା ସହଯୋଗ ବଢ଼ାଇବ । ଆମେରିକାର ଯୁଦ୍ଧ ବା ପ୍ରତିରକ୍ଷା ବିଭାଗ ସଚିବ ପିଟ୍ ହେଗସେଥ୍ ଘୋଷଣା କରିଛନ୍ତି ଯେ ଦୁଇ ଦେଶର ପ୍ରତିରକ୍ଷା ସମ୍ପର୍କ କେବେବି ଏତେ ମଜଭୁତ ହୋଇନାହିଁ । ଆଗକୁ ଏହା ମଜଭୁତ ହେବ । ଏକ୍ସରେ ହେଗସେଥ୍ ପୋଷ୍ଟ କରିଛନ୍ତି ଯେ ସେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଏହି ଢାଞ୍ଚାରେ ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ଭାରତ-ଆମେରିକା ପ୍ରତିରକ୍ଷା ସହଭାଗିତାକୁ ଆଗକୁ ବଢାଇବ । ଯାହାକୁ ସେ ସ୍ଥିରତା ଏବଂ ପ୍ରତିରୋଧ ପାଇଁ ଏକ ମୂଳଦୁଆ ବୋଲି ହେଦସେଥ୍ କହିଛନ୍ତି । ସେ ଆହୁରି କହିଛନ୍ତି, ଆମେ ଆମର ସମନ୍ୱୟ, ସୂଚନା ବଣ୍ଟନ ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗକୁ ବୃଦ୍ଧି କରୁଛୁ । ଆମର ପ୍ରତିରକ୍ଷା ସମ୍ପର୍କ କେବେବି ଏତେ ମଜଭୁତ
ଗୁଜରାଟରେ ଭବ୍ୟ ପରେଡରେ ଅଭିବାଦନ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ: ପଟେଲଙ୍କ ଅବଦାନକୁ କଲେ ସ୍ମରଣ
ନଥିଲା, ଏବେ ହେବ  
ଭାରତ-ଆମେରିକା ଚୁକ୍ତି
ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ 
ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ସୁଦୃଢ଼ ହେବ
ପୂର୍ବାପେକ୍ଷା ବଢ଼ିବ ସମ୍ପର୍କ 
ସୂଚନା ଦେଲେ ଆମେରିକା ପ୍ରତିରକ୍ଷା ସଚିବ 
ରାଜନାଥଙ୍କ ବିବୃତି: ନୂଆ ଅଧ୍ୟାୟ ଆରମ୍ଭ, ସମ୍ପର୍କ ମଜଭୁତ୍ ହେବ   
ହେଗସେଥଙ୍କ ପ୍ରତିକ୍ରିୟା: ଭାରତ-ଆମେରିକା ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ  
ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗର ରୋଡମ୍ୟାପ୍   
ଉଦ୍ଦେଶ୍ୟ: ଇଣ୍ଡୋ-ପ୍ୟାସିଫିକ୍ ଅଞ୍ଚଳରେ ପ୍ରତିରକ୍ଷା ବୃଦ୍ଧି   
ସମ୍ଭାବନା: ସାମରିକ କ୍ଷମତା ବୃଦ୍ଧି ଓ ମିଳିତ ଉଦ୍ୟମ   
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/31/59-2025-10-31-14-38-08.jpg)