ପଞ୍ଜାବ ମୋହାଲିରୁ ଏକ ଭିଡିଓ କିଛି ଦିନ ତଳେ ବହୁତ ଭାଇରାଲ୍ ହୋଇଥିଲା । ଯେଉଁଥିରେ ଏକ ଘରେ ମୋମୋ ଏବଂ ସ୍ପ୍ରିଙ୍ଗ୍ ରୋଲ୍ ପ୍ରସ୍ତୁତ କରାଯାଉଥିବାର ଭିଡିଓ ଭାଇରାଲ୍ ହୋଇଥିଲା । ଫାଷ୍ଟଫୁଡ୍ ପ୍ରସ୍ତୁତ କରାଯାଉଥିବା ଏହି ଘରର ଫ୍ରିଜରେ କୁକୁରର କଟା ମୁଣ୍ଡ ମିଳିଥିବା କଥା ଚର୍ଚ୍ଚାର ପରିସରକୁ ଆସିଥିଲା । ଭିଡିଓଟି ଭାଇରାଲ ହେବା ପରେ ଅନେକ ପ୍ରକାରର ଗୁଜବ ଉଡ଼ିବା ଆରମ୍ଭ ହୋଇଥିଲା । ମାଂସ ଖଣ୍ଡକୁ ଯାଞ୍ଚ ପାଇଁ ପଠାଯାଇଥିଲା, ଯାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି । ପଶୁପାଳନ ବିଭାଗ ଅନୁସାରେ,ଏହା କୁକୁର ନୁହେଁ ବରଂ ଏକ ଛେଳିର କଟା ମୁଣ୍ଡ ଥିଲା ।
/kanak/media/media_files/2025/03/24/b8vIt917JaJgLnSwN2Sj.webp)
ବାସ୍ତବରେ,ଫ୍ରିଜରେ ଥିବା ପଶୁର ମାଂସ ଉପର ଚର୍ମ ବାହାରି ଯାଇଥିଲା, ଯେଉଁ କାରଣରୁ ଏହା କୁକୁର କିମ୍ବା ଅନ୍ୟ କୌଣସି ପଶୁ ଜଣାପଡୁନଥିଲା । ମୋହାଲିର ଡେପୁଟି କମିଶନର କୋମଲ ମିତ୍ତଲଙ୍କ କହିବାନୁସାରେ, କେହି ଜଣେ ବ୍ୟକ୍ତି ଏହି ଘର ବିରୁଦ୍ଧରେ ଅଭିଯୋଗ କରିଥିଲେ, ଯାହା ପରେ ସେଠାରେ ଯାଞ୍ଚ କାମ ଆରମ୍ଭ କରାଯାଇଥିଲା । ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ ଖାଦ୍ୟ ପ୍ରସ୍ତୁତି ସମୟରେ ସ୍ବଚ୍ଛତାର ସେତେ ଧ୍ୟାନ ଦିଆଯାଉନଥିଲା । ଉକ୍ତ ଘରୁ ଖାଦ୍ୟର ଅନେକ ନମୁନା ନିଆଯାଇଥିଲା, ଯେଉଁଥିରେ ସନ୍ଦେହଜନକ ମାଂସର ଖଣ୍ଡ ମଧ୍ୟ ଥିଲା । ମାଂସର ସେହି ଖଣ୍ଡକୁ ଭେଟେରିନାରୀ ବିଶେଷଜ୍ଞଙ୍କ ପାଖକୁ ଯାଞ୍ଚ ପାଇଁ ପଠାଯାଇଥିଲା । ରିପୋର୍ଟ ଅନୁସାରେ, ଏହି ଖଣ୍ଡଟି ପ୍ରାୟ ଅଧା କିଲୋଗ୍ରାମ ଓଜନର ଥିଲା ଏବଂ ଏହାର ଆକାର ୧୦ ଇଞ୍ଚ୍ ଲମ୍ବା ଏବଂ ୬ ଇଞ୍ଚ୍ ଚଉଡ଼ା ଥିଲା । ଯାଞ୍ଚରୁ ସ୍ପଷ୍ଟ ହୋଇଥିଲା ଯେ ଏହି ମାଂସ ଛେଳିର ଥିଲା ।
/kanak/media/media_files/2025/03/24/xJPR1nyvvGJt0BmLw2nj.webp)
କୋମଲ ମିତ୍ତଲ କହିଛନ୍ତି ଯେ ଘରେ ସ୍ବଚ୍ଛତା ଦିଗରେ ଗମ୍ଭୀର ଅନିୟମିତତା ଦେଖାଯାଇଥିଲା । ସେଠାରେ ଥିବା ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟ ସାମଗ୍ରୀର ନମୁନା ନିଆଯାଇଥିଲା, ଯେଉଁଥିରୁ କିଛିକୁ ଯାଞ୍ଚ୍ ପାଇଁ ପଠାଯାଇଛି । ସ୍ୱଚ୍ଛତା ନିୟମର ଉଲ୍ଲଂଘନ ହେତୁ ସ୍ୱାସ୍ଥ୍ୟ ବିଭାଗର ଟିମ୍ କାର୍ଯ୍ୟାନୁଷ୍ଠାନ ନେଇ ଘଟଣାସ୍ଥଳରେ ହିଁ ଅନେକ ଖାଦ୍ୟକୁ ନଷ୍ଟ କରିଦେଇଥିଲେ ।
If you eat Momos and Spring Rolls from street food vendors in Mohali, make sure to watch this video! Visuals from Mataur, Mohali, show locals raiding a place where momos and spring rolls were being prepared. These items were being supplied to various fast food stalls across… pic.twitter.com/r5nnGgymSj
— Gagandeep Singh (@Gagan4344) March 16, 2025
ଏହି ମାମଲା ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ସ୍ଥାନୀୟ ଲୋକ ଫ୍ୟାକ୍ଟ୍ରିର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲେ । ଏହା ପରେ ସ୍ୱାସ୍ଥ୍ୟ ବିଭାଗ ଉକ୍ତ ସ୍ଥାନକୁ ଆସି ଚଢ଼ାଉ କରିଥିଲା । ଘରେ ସନ୍ଦିଗ୍ଧ ମାଂସର ନମୁନା ମିଳିବା ପରେ ପ୍ରଶାସନ ଉଚିତ ପଦକ୍ଷେପ ନେଇଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/03/24/ldON59g48NBZXsmG4Gt0.jpg)