କନକ ବ୍ୟୁରୋ :  ଖବରରେ ମୋଦୀ ଓ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ନୂଆ ଦାବି ଯେତିକି ଆଶ୍ଚର୍ଯ୍ୟଜନକ  ସେତିକି ହାସ୍ୟସ୍ପଦ । ଟ୍ରେଡ ଡିଲ ଆଲୋଚନା ପାଇଁ ଭାରତର ପ୍ରଧାନମନ୍ତ୍ରୀ ତାଙ୍କୁ ଭେଟିବା ପାଇଁ ଅନୁରୋଧ କରିଥିବା ଦାବି କରିଛନ୍ତି ଟ୍ରମ୍ପ  । ଭେନେଜୁଏଲା ଉପରେ ରାତିଅଧିଆ ଆକ୍ରମଣ କରି ଯେତିକି ବିବାଦରେ ଆମେରିକା ସେତିକି ଚର୍ଚ୍ଚାରେ ରହିଛନ୍ତି ଟ୍ରମ୍ପ । ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଦ୍ବିତୀୟ ଦିନରେ ଟ୍ରମ୍ପ ଏକ ବୟାନକୁ ନେଇ ସବୁଠି ଚର୍ଚ୍ଚା । ପ୍ରତିରକ୍ଷା ଚୁକ୍ତି ପାଇଁ ତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ବ୍ୟକ୍ତିଗତ ସାକ୍ଷାତ ଓ ଆଲୋଚନା ପାଇଁ ଅନୁରୋଧ କରିଥିଲେ ବୋଲି ଦାବି କରିଛନ୍ତି ଟ୍ରମ୍ପ ।

Advertisment

ଅଧିକ ପଢ଼ନ୍ତୁ : ୫୦ ମିଲିୟନ ବ୍ୟାରେଲ ତେଲ ପାଇଁ ଟ୍ରମ୍ପଙ୍କ ବଡ଼ ଘୋଷଣା : ଭେନେଜୁଏଲା ସହ ବଦଳିବ କି ସମୀକରଣ ?

ଟ୍ରମ୍ପ୍ କହିଛନ୍ତି କି, ବ୍ୟକ୍ତିଗତ ସାକ୍ଷାତ କରିବାକୁ ମୋଦୀ ମୋତେ ଅନୁରୋଧ କରିଥିଲେ। ସାର୍‌, ମୁଁ ଆପଣଙ୍କ ସହିତ ସାକ୍ଷାତ କରିପାରିବି କି ବୋଲି ପଚାରିଥିଲେ । ଆମ ଭିତରେ ପ୍ରତିରକ୍ଷା, ବାଣିଜ୍ୟ ଚୁକ୍ତି ପ୍ରସଙ୍ଗରେ କଥାବାର୍ତ୍ତା ହୋଇଥିଲା । ଏହି ବୈଠକ  ଭାରତକୁ ଆପାଚି ହେଲିକପ୍ଟର ଯୋଗାଣରେ ବିଳମ୍ବ ଉପରେ କେନ୍ଦ୍ରିତ ଥିଲା । ପ୍ରତିରକ୍ଷା ଉପକରଣ ଯୋଗାଣରେ ବିଳମ୍ବ ସମ୍ପର୍କରେ ମୋ ସହିତ ସିଧାସଳଖ ଆଲୋଚନା ପାଇଁ ଜରୁରୀ ମନେ କରିଥିଲେ ମୋଦୀ

ଭାରତ ଓ ଆମେରିକା ମଧ୍ୟରେ ଟାରିଫକୁ ନେଇ ବିବାଦ ଚାଲିଥିବାବେଳେ ଟ୍ରମ୍ପଙ୍କ ଏହି ବୟାନ ପଛର କାରଣ କ’ଣ ହୋଇଥାଇପାରେ । ଟାରିଫ ନା ଭେନେଜୁଏଲା? ଯଦି ବିଶେଷଜ୍ଞଙ୍କ ମତ ମାନିବା ପରେ ଆମେରିକା ଭେନେଜୁଏଲା ଉପରେ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିଛି  । ଯାହାପାଇଁ ଆମେରିକାକୁ ସାରା ବିଶ୍ବରୁ ବିରୋଧର ସମ୍ମୁଖୀନ ହେବାକୁ ପଡିଲାଣି । ଟ୍ରମ୍ପ ଆଶଙ୍କା କରୁଛନ୍ତି ଯଦି ଭାରତ, ଚୀନ ଓ ରୁଷ ସହ ଏକାଠି ମିଶି ଭେନେଜୁଏଲାର  ସମର୍ଥନରେ ଓହ୍ଲାଇବ ତେବେ ଆମେରିକା ଅଡୁଆରେ ପଡିବ । ତେଣୁ ଟାରିଫ,ପ୍ରତିରକ୍ଷା ଚୁକ୍ତି ଓ ଏଭଳି ମିଛ ଦାବି କରି ହୁଏତ ନୂଆଦିଲ୍ଲୀ ଉପରେ ଚାପ ପକାଇବାକୁ ଚାଲ ଖେଳିଥାଇପାରନ୍ତି ଟ୍ରମ୍ପ ।

ଅଧିକ ପଢ଼ନ୍ତୁ : ଭେନେଜୁଏଲା ପରେ ଟ୍ରମ୍ପଙ୍କ ଆଖି ଏବେ  ଇରାନ ଉପରେ, ଡ଼ରିକି ଋଷ ପଳେଇବେ ବୋଲି  ପ୍ରସ୍ତୁତ ହେଉଛନ୍ତି ଖାମନେଇ !

କେବଳ ଟାରିଫ ନୁହେଁ ଅନ୍ୟ ପ୍ରସଙ୍ଗ ଉଠାଇ ଭାରତ ଉପରେ ଚାପ ପକାଇବାକୁ ଚାହୁଁଛି ଆମେରିକା । ଏଚୱାନ୍‌ ଭିସା, ଅଣପ୍ରବାସୀଙ୍କୁ ଦେଶର ବିତାଡ଼ିତ, ଟ୍ରେଡ୍ ଡିଲ୍‌ ବାର୍ତ୍ତାରେ ବିଳମ୍ବ, କୂଟନୀତିସ୍ତରରେ ଚାପ ଓ ଏଭଳି ସାର୍ବଜନୀନ ବୟାନବାଜି ପ୍ରମୁଖ ପ୍ରସଙ୍ଗ ରହିଛି  । ତେବେ ଦେଖିବାକୁ ବାକି ରହିଲା ଆମେରିକାର ମିଛ ଦାବି, ଦାଦାଗିରିର ଭାରତ କିଭଳି ଜବାବ ଦେଉଛି ।