କନକ ବ୍ୟୁରୋ: ଇରାନ ବର୍ତ୍ତମାନ ସବୁଠାରୁ ବଡ଼ ସଙ୍କଟ ଦେଇ ଗତି କରୁଛି । ଗୋଟିଏ ପଟେ ଦେଶ ଭିତରେ ଜନତାଙ୍କ ପ୍ରବଳ ବିରୋଧ ପ୍ରଦର୍ଶନ ଏବଂ ଅନ୍ୟପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ଚେତାବନୀ ଇରାନ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହି ସମୟରେ ବ୍ରିଟିଶ ଗଣମାଧ୍ୟମର ଏକ ଚାଞ୍ଚଲ୍ୟକର ଦାବି ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି । ରିପୋର୍ଟ ଅନୁଯାୟୀ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ଦେଶ ଛାଡ଼ି ଋଷକୁ ପଳାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।
ରିପୋର୍ଟ ଅନୁଯାୟୀ ଖାମନେଇଙ୍କ ଏହି ଯୋଜନାକୁ ପ୍ଲାନ ବି କୁହାଯାଉଛି । ଏହ ଯୋଜନା ମାଧ୍ୟମରେ ୮୬ ବର୍ଷୀୟ ଖାମନେଇ ତାଙ୍କ ପରିବାର ଏବଂ ସହଯୋଗୀଙ୍କ ସହ ପାଖାପାଖି ୨୦ ଜଣଙ୍କୁ ସୁରକ୍ଷିତ ନେବାକୁ ବ୍ୟବସ୍ଥା କରୁଛନ୍ତି । ତେବେ ଏହି ଯୋଜାନରେ ଖାମନେଇଙ୍କ ବିଶାଳ ସମ୍ପତ୍ତି ନେଟୱର୍କକୁ ବି ବାହାରକୁ ନେବା ପାଇଁ ରାସ୍ତା ସାମିଲ ଅଛି । ପ୍ଲାନ ବି ରେ ଖାମନେଇ ନିଜ ପୁଅ ଅଥବା ତାଙ୍କ ଉତ୍ତରାଧିକାରୀ ମୋଜବାତା ଖାମନେଇଙ୍କୁ ମଧ୍ୟ ସାଥିରେ ନେଇଯିବେ ବୋଲି କୁହାଯାଉଛି ।
ଅଧିକ ପଢନ୍ତୁ: ଖାମନେଇଙ୍କ ବିରୋଧରେ ଆନ୍ଦୋଳନ ତୀବ୍ର, ୫ଟି ସହରରେ ଉଠିଲା ନାରା "ଖାମନେଇ ମୁର୍ଦ୍ଦାବାଦ"
ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଖାମନେଇ ଋଷକୁ ହିଁ ପଳାୟନ କରିବେ କାରଣ ଋଷ ବ୍ୟତିତ ତାଙ୍କ ପାଖେ ଆଉ କୌଣସି ସ୍ଥାନ ନାହିଁ । ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଖାମନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପ୍ରଶଂସା କରିଛନ୍ତି । ଆଉ କହିଛନ୍ତି ଯେ, ଇରାନୀ ସଂସ୍କୃତି, ରୁଷ ସଂସ୍କୃତି ସହିତ ଅଧିକ ସମାନତା ଅଛି । ରିପୋର୍ଟ ଅନୁସାରେ ଖାମନେଇଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୯୫ ଅରବ ଡଲାର ଆକଳଳ କରାଯାଇଥିଲା। ତେବେ ଖାମେନେଇ ନିଜ ପରିବାର ସହ ଋଷରେ ଆଶ୍ରୟ ନେଇପାରନ୍ତି। ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଇରାନର ସମ୍ପର୍କ ଅତି ନିବିଡ଼, ତେଣୁ ସୁରକ୍ଷା ଦୃଷ୍ଟିରୁ ଋଷ ସେମାନଙ୍କ ପାଇଁ ସବୁଠାରୁ ନିରାପଦ ସ୍ଥାନ ବୋଲି ବିବେଚନା କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/05/iranian-leader-2026-01-05-12-02-29.jpg)