କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେଲେଜୁଏଲାକୁ ନେଇ ବଡ଼ ଘୋଷଣା କରିଛନ୍ତି । ଭେନେଜୁଏଲାରୁ ଆମେରିକାକୁ ସିଧାସଳଖ ୫୦ ମିଲିୟନ ବ୍ୟାରେଲ ଅଶୋଧିତ ତେଲ ଆସିବ ବୋଲି ସେ ଘୋଷଣା କରିଛନ୍ତି ଟ୍ରମ୍ପ୍‌ । ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ଏହି ସୂଚନା ଦେଇ ଟ୍ରମ୍ପ କହିଛନ୍ତି , ଭେନେଜୁଏଲା ପ୍ରାୟ ୩୦ ରୁ ୫୦ ମିଲିୟନ ବ୍ୟାରେଲ ତେଲ ଆମେରିକାକୁ ବିକ୍ରି କରିବ, ଯାହା ବଜାର ଦରରେ ଉପଲବ୍ଧ ହେବ ।

Advertisment

ଏହି ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଟ୍ରମ୍ପ ନିଜର ଶକ୍ତି ସଚିବ କ୍ରିସ୍ ରାଇଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶାଳକାୟ ଷ୍ଟୋରେଜ ଜାହାଜ ସାହାଯ୍ୟରେ ଏହି ତେଲ ଆମେରିକାର ବିଭିନ୍ନ ବନ୍ଦରରେ ପହଞ୍ଚିବ । ଏହି ଚୁକ୍ତିର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ, ତେଲ ବିକ୍ରିରୁ ମିଳିବାକୁ ଥିବା ଅର୍ଥ ଉପରେ ଆମେରିକାର ନିୟନ୍ତ୍ରଣ ରହିବ । ଏହି ଟଙ୍କା ଉଭୟ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ଓ କଲ୍ୟାଣ ପାଇଁ ବ୍ୟବହୃତ ହେବ ବୋଲି ରାଷ୍ଟ୍ରପତି ସ୍ପଷ୍ଟ କରିଛନ୍ତି ।

Donald Trump Post
Donald Trump Post Photograph: (Twitter)

ଅଧିକ ପଢ଼ନ୍ତୁ---ଭେନଜୁଏଲା ପରେ ଆମେରିକାର ନଜରରେ ଗ୍ରୀନଲ୍ୟାଣ୍ଡ୍? କଣ ରହିଛି ଟ୍ରମ୍ପଙ୍କ ସିକ୍ରେଟ୍ ପ୍ଲାନ୍?

ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଆଗାମୀ ଶୁକ୍ରବାର ଦିନ ହ୍ୱାଇଟ ହାଉସର ଓଭାଲ ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଏଥିରେ ବିଶ୍ୱର ପ୍ରତିଷ୍ଠିତ ତୈଳ କମ୍ପାନି ଯଥା ଏକ୍ସନ୍ ମୋବିଲ୍ , ଚେଭ୍ରନ୍  ଏବଂ କୋନେକୋଫିଲିପ୍ସର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଭେନେଜୁଏଲା ସହ ବ୍ୟବସାୟିକ ରଣନୀତି ଉପରେ ଆଲୋଚନା କରିବେ ।ସୂଚନା ଅନୁସାରେ , ଭେନେଜୁଏଲାରେ ବିଶ୍ୱର ସର୍ବାଧିକ ତୈଳ ଭଣ୍ଡାର ରହିଥିଲେ ମଧ୍ୟ ଏହା ଦୈନିକ ମାତ୍ର ୧ ନିୟୁତ ବ୍ୟାରେଲ ତେଲ ଉତ୍ପାଦନ କରେ । ଅନ୍ୟପଟେ ଆମେରିକାର ଦୈନିକ ଉତ୍ପାଦନ ପ୍ରାୟ ୧୩.୯ ମିଲିୟନ ବ୍ୟାରେଲ ରହିଛି । ଯଦି ଆମେରିକା ପ୍ରତି ବ୍ୟାରେଲ ପିଛା ୫୬ ଡଲାର ଦେଇ ୫୦ ମିଲିୟନ ବ୍ୟାରେଲ ତେଲ କିଣେ, ତେବେ ଏହି ଚୁକ୍ତିର ମୂଲ୍ୟ ପ୍ରାୟ ୨.୮ ବିଲିୟନ ଡଲାର ହେବ ।