କନକ ବ୍ୟୁରୋ : ଗତକାଲି ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଘଟିଥିବା ଗଣ୍ଡଗୋଳ ନେଇ ମୁହଁ ଖୋଲିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ । କହିଲେ, ବିଭିନ୍ନ ଦିନରେ ଅନେକ ମିଥ୍ୟା ଅଭିଯୋଗରେ ତାଙ୍କୁ ଓ ତାଙ୍କ ସମର୍ଥକଙ୍କୁ ନିର୍ଯାତନା ଦେଉଛନ୍ତି ପ୍ରଣବ ବଳବନ୍ତରାୟ । ମୁଁ ସ୍ବାଗତ କରୁଛି ମୋ ସହ ଆସି ମିଶି ଧର୍ମଶାଳା ଉନ୍ନତି ପାଇଁ କାମ କରନ୍ତୁ । କିନ୍ତୁ ତା’ ନକରି ସୋସିଆଲ ମିଡିଆରେ ନିଜର କର୍ମିମାନଙ୍କୁ ଲଗାଇ ମତେ ବଦନାମ କରିବାକୁ ଉଦ୍ୟମ କରିବା କେତେ ଦୁର ଠିକ୍ ବୋଲି ହିମାଂଶୁ ପ୍ରଶ୍ନ ଉଠାଇଛନ୍ତି । ଯଦି ଧର୍ମଶାଳାର ମାଟି ପାଇଁ ଏତେ ଦରଦ ଅଛି ତେବେ ଆସନ୍ତୁ ମିଶିକି କାମ କରିବା ।
ସେ ଆହୁରି ମଧ୍ୟ କହିଛନ୍ତି ଯିଏ ଦୋଷ କରିଛନ୍ତି , ସେ ଦଣ୍ଡ ପାଇବା ଆବଶ୍ୟକ । ଏଇଠି ଯାଜପୁର ଏସ୍ପି ଅଛି ଏଠାରେ ମଧ୍ୟ ଅଭିଯୋଗ କରିପାରିଥାଆନ୍ତେ । କିନ୍ତୁ ବିନା ଅନୁମତି ଡିଜି ଅଫିସ୍ ସମ୍ମୁଖରେ ଜବରଦସ୍ତି ବସି ପ୍ରହସନ କରୁଛନ୍ତି । ଏହା ସିଧା ସିଧା ସୂଚାଉଛି ଯେ ତାଙ୍କର ରାଜନୈତିକ ସ୍ତରରେ ସେମାନେ ହ୍ରାସ ପାଉଛନ୍ତି । ସାଧାରଣ ଲୋକମାନଙ୍କୁ ବଳିଦେଇ ସୋସିଆଲ ମିଡିଆରେ ହାଇଲାଇଟ୍ ହେବାପାଇଁ ଏସବୁ ଚାଲିଛି ।
ଅଧିକ ପଢ଼ନ୍ତୁ--ଧର୍ମଶାଳାରେ ରାଜନୈତିକ ହିଂସା : ବିଧାୟକଙ୍କ ଗିରଫ ଦାବିରେ ରାତିସାରା ବିଜେଡି କର୍ମୀଙ୍କ ଧାରଣା
ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । କହିଛନ୍ତି, ରାଜ୍ୟରେ ଯେଉଁଠି ଆଇନ ଶୃଙ୍ଖଳା ବ୍ୟାହତ ହେଉଛି, ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀଙ୍କୁ ଗିରଫ କରାଯାଉଛି । ଧର୍ମଶାଳାରେ ଆଜି ଯାହା ବି ଘଟଣା ଘଟିଛି, ପୁଲିସ ସ୍ୱାଧୀନ ଭାବେ କୌଣସି ଚାପଗ୍ରସ୍ତ ନହୋଇ ଆବଶ୍ୟକ ପଦକ୍ଷେପ ନେବ ବୋଲି ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଏହାକୁ ନେଇ ରାଜନୀତିକରଣ କରିବା ଆବଶ୍ୟକ ନୁହେଁ । ନିଜର ରାଜନୈତିକ ଅସ୍ତିତ୍ୱ ରକ୍ଷା କରିବା ପାଇଁ କିଏ ଆନ୍ଦୋଳନ କରିପାରନ୍ତି । ଧର୍ମଶାଳାର ପୂର୍ବତନ ବିଧାୟକ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି, ସେ ବାବଦରେ ପୁଲିସ ଯାହା ଯଥୋଚିତ କାମ କରିବା କଥା କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/15/hinanshu-sekhar-2025-12-15-15-44-35.jpg)