କନକ ବ୍ୟୁରୋ : ସୋସିଆଲ ମିଡିଆରେ କମେଣ୍ଟକୁ ନେଇ ଧର୍ମଶାଳାରେ ତୁମୁଳକାଣ୍ଡ । ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଦୀର୍ଘଦିନ ପରେ ପୁଣି ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଆଜି ଦିନରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମାରପିଟ୍‌, ଭଙ୍ଗାରୁଜା ହୋଇଛି । ଏହି ଗଣ୍ଡଗୋଳ ହିମାଂଶୁ ଶେଖର ସାହୁ ଓ ପ୍ରଣବଙ୍କ ସମର୍ଥକଙ୍କ ମଧ୍ୟରେ ହୋଇଛି । ଏଥିରେ ଉଭୟ ପକ୍ଷର ଏକାଧିକ ଆହତ ହେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ : ନବନୀଙ୍କ ନିଷ୍ପତ୍ତି: ତେଜିଲା ରାଜନୀତି, କଟାକ୍ଷ କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ

ଆଜି ପ୍ରଣବଙ୍କ କିଛି ସମର୍ଥକ ପନ୍ତୁରି ନିକଟ ଫାର୍ମ ହାଉସରେ ଭୋଜି କରୁଥିବା ବେଳେ ଏହି ଗଣ୍ଡଗୋଳ ଘଟିଛି । ତେବେ ବିଜେଡି କର୍ମୀ ମାନେ ଭୋଜି କରୁଥିବା ବେଳେ ହିମାଂଶୁଙ୍କ ସମର୍ଥକ ଅଚାନକ ଆକ୍ରମଣ କରିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଗଣ୍ଡଗୋଳରେ କେତେକ ଗାଡ଼ି ଭାଙ୍ଗିରୁଜି ଯାଇଥିବା ବେଳେ ଆହତ ମାନଙ୍କୁ ଜେନାପୁର ପୋଲିସ ଉଦ୍ଧାର କରିଛି । ଅନ୍ୟ ପକ୍ଷରେ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ସେହି ବାଟ ଦେଇ ଯାଉଥିବା ସମୟରେ ପ୍ରଣବଙ୍କ ସମର୍ଥକ ମାନେ ତାଙ୍କୁ ଅଟକାଇ ଆକ୍ରମଣ କରିଥିବା ବିଧାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ହିଂମାଶୁ ଶେଖର ସାହୁଙ୍କ ସମର୍ଥକ ଥାନାରେ ଏତଲା ଦେଇଛନ୍ତି । ପୁଲିସ ସଂପୃକ୍ତ ଅଂଚଳରେ ପାଇଁତରା ମାରୁଛି ।