କନକ ବ୍ୟୁରୋ : ଆଜିକାଲି ମହଙ୍ଗା ଚିକିତ୍ସା କରି କାଙ୍ଗାଳ ହୋଇଯାଉଛନ୍ତି ରୋଗୀଙ୍କ ପରିବାର । ଆଉ ଦେହ ଖରାପ ହେଲେ ତ ଡରି ଡରି ଅଧା ଜୀବନ ଚାଲିଯାଏ । କିନ୍ତୁ ଏଭଳି ପରିସ୍ଥିତିରେ ଗରୀବ ଆଉ ମଧ୍ୟବିତ୍ତ ରୋଗୀଙ୍କ ପାଇଁ ଦେବଦୁତ ସାଜିଛନ୍ତି ଜଣେ ଡାକ୍ତର , ଯିଏ ମାତ୍ର ୧୦ ଟଙ୍କା ଫିସରେ କରୁଛନ୍ତି ରୋଜୀଙ୍କ ଚିକିତ୍ସା ।

Advertisment

ଡାକ୍ତର ଏଜାଜ୍ ଅଲି, ବିହାରର ଗର୍ବ ଆଉ ଗୌରବ । ଦେଶର କେତେଜଣ ବଦାନ୍ୟ ଓ ନାମୀ ଡାକ୍ତରଙ୍କ ଭିତରେ ରହିଛି ଡାକ୍ତର ଏଜାଜ୍ ଅଲିଙ୍କ ନାଁ  । ଯଦି କେହି ପଚାରେ ଦେବ ଦୂତ  ଦେଖିବାକୁ କିପରି , ତାହେଲେ ଉତ୍ତର ଆସିବ ଡାକ୍ତର ଏଜାଜଙ୍କ ପରି । ସକାଳ ହେଲେ ଡାକ୍ତର ବାବୁଙ୍କ ଘର ଆଗରେ ଲାଗେ ଅସମ୍ଭାଳ ଭିଡ଼ । ପିଲାଠୁ ବୁଢ଼ା ସମସ୍ତେ  ତାଙ୍କୁ ଦିଅଁ ଭଳି ମାନନ୍ତି ।
 ମାରିଦେବ ଲୁଣ ; କିଡନି ପାଇଁ ଧଳା ଜହର

ବିହାର ରାଜଧାନୀ ପାଟଣାରେ ଡାକ୍ତରଙ୍କ ଅଭାବ ନାହିଁ । ହେଲେ ଏମାନଙ୍କ କ୍ଲିନିକକୁ ଆସିଲେ ପାଣି ଭଳି ପଇସା ବହିଯିବ  । ଅନେକ ଡାକ୍ତର ତ ଚିକିତ୍ସା ନାଁରେ ବ୍ୟବସାୟ କରିବାକୁ ଖୋଲିଛନ୍ତି ବଡ଼ ବଡ଼ କ୍ଲିନିକ୍ । ରୋଗୀକୁ ଟିକେ ଦେଖିବାକୁ ଶୋଷି  ନେଉଛନ୍ତି ହଜାର ହଜାର ଟଙ୍କା ଫିସ୍ । ହେଲେ   ଡାକ୍ତର ସମାଜ ଭିତରେ ଏମିତି ବି ଜଣେ ଡାକ୍ତର ଅଛନ୍ତି ଯାହାଙ୍କ ପାଇଁ ପଇସା କିଛି ନୁହେଁ ରୋଗୀ ସବୁକିଛି । ପୂର୍ବରୁ ରାଜ୍ୟସଭା ସାଂସଦ ରହିସାରିଥିବା ଡାକ୍ତର ଏଜାଜ ଅଲିଙ୍କ ପାଇଁ ସାରା ବିହାର ଲୋକଙ୍କ ମନରେ ଖୁବ୍ ସମ୍ମାନ ଓ ଶ୍ରଦ୍ଧା । ଜାଣନ୍ତି, ୧୯୮୪ ମସିହାରୁ ଡାକ୍ତର ଏଜାଜ ଅଲି ମାତ୍ର ୧୦ ଟଙ୍କାରେ କରିଆସୁଛନ୍ତି ରୋଗୀଙ୍କ ଚିକିତ୍ସା । ତାଙ୍କ କହିବା କଥା, ’ରୋଗୀ ସିନା ମୋ ଆଖକୁ ଆସିଲେ ମୁଁ ରୋଗ ଚିହ୍ନିବି ।  କିନ୍ତୁ ସେମାନଙ୍କୁ ବିଭିନ୍ନ ଟେଷ୍ଟ କରାଇବାରେ , ମେଡିସିନ କିଣିବାରେ ତ ବହୁତ ଖର୍ଚ୍ଚ ପଡ଼ିଯିବ ।ଆଉ ମୁଁ ଯଦି ଅଧିକ ଫିସ୍ ନେବି , ଅଭାବୀ ରୋଗୀଟିଏ ତ ଚିନ୍ତାରେ ଆହୁରି  ଅସୁସ୍ଥ ହୋଇପଡ଼ିବ’ ।  ଅନେକ ରୋଗୀ ତାଙ୍କ ହସ୍ପିଟାଲରେ ମଧ୍ୟ ଚିକିତ୍ସିତ ହେଉଛନ୍ତି । ଏଠାରେ ବି ଚିକିତ୍ସା ଖର୍ଚ୍ଚ ଖୁବ୍ କମ୍ । 

ବିହାରର କୋଣଅନୁକୋଣରୁ ରୋଗୀ ଆସନ୍ତି ଡାକ୍ତର ଏଜାଜଙ୍କ ପାଖକୁ । କେବଳ ବିହାର ନୁହେଁ ବରଂ ସାରା ଦେଶର , ଖାଲି ଦେଶ ନୁହେଁ , ବାଂଲାଦେଶ ଓ ନେପାଳରୁ ମଧ୍ୟ ରୋଗୀ ତାଙ୍କ ପାଖକୁ ଚିକତ୍ସା ପାଇଁ ଆସୁଛନ୍ତି । ଜଣେ ରୋଗୀ କୁହନ୍ତି,  ସେ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଅନେକ ଡାକ୍ତରଙ୍କୁ ଦେଖାଇଲେ କିନ୍ତୁ କିଛି ଲାଭ ହେଲନି  । ଲୋକଙ୍କଠାରୁ ଶୁଣି ଡାକ୍ତର ଏଜାଜଙ୍କ ପାଖକୁ ଆଣିଲେ । ମାତ୍ର ୩୦ ଟଙ୍କାର ମେଡିସିନରେ ତାଙ୍କ ପତ୍ନୀ ସୁସ୍ଥ ହେଲେ । ରୋଗୀ  ଅନେକ ସ୍ଥାନରୁ ନିରାଶ ହୋଇ ଫେରିବା ପରେ ଡାକ୍ତର ଏଜାଜଙ୍କ ପାଖରୁ ସୁସ୍ଥ ହୋଇ ଫେରିବାର ଅନେକ ନଜିର ରହିଛି ।

 ଆଜିକା ଦିନରେ ଡାକ୍ତର ଏଜାଜଙ୍କୁ ଯେଉଁ ସଫଳତା ମିଳିଛି, ଯେଉଁ ପ୍ରସିଦ୍ଧି ଆଉ ଲୋକପ୍ରିୟତା ମିଳିଛି ସେପର୍ଯ୍ୟନ୍ତ ଆସିବାର ଯାତ୍ରା  ଭାରୀ କଠିନ ଥିଲା। ବାପା ଜଣେ ସରକାରୀ ଚାକିରିଆ ଥିଲେ ବି ୧୦ ଭାଇ ଭଉଣୀଙ୍କ ଭାର ଉଠାଇବା ବେଶ୍ କଷ୍ଟ ଥିଲା । କିନ୍ତୁ ଡାକ୍ତର ଏଜାଜ ପିଲାଟି ଦିନୁଁ ପଢ଼ାରେ ଧୂରନ୍ଦର ଥିଲେ । ବାପା, ମାଆଙ୍କ ସ୍ବପ୍ନକୁ ପୂରଣ କରିବାକୁ ଡାକ୍ତର ହେଲେ ଆଉ ସେମାନଙ୍କ କଥା ରଖି ଆଜିଯାଏଁ ମାତ୍ର ୧୦ ଟଙ୍କାରେ ରୋଗୀ ଦେଖୁଛନ୍ତି । ପୂରା ବିହାରବାସୀଙ୍କ ପାଇଁ ଡାକ୍ତର ଏଜାଜ ଅଲି ଦ୍ବିତୀୟ ଭଗବାନ । ଏବେ ତ ତାଙ୍କ ବାଟରେ ତାଙ୍କ ପୁଅ , ଝିଅ ।