ସ୍କୁଲ ଛୁଟି ପରେ ନିଖୋଜ , ୫ ଘଣ୍ଟା ପରେ କ୍ୟାପିଟାଲ ହସ୍ପିଟାଲରେ ମିଳିଲେ ଛାତ୍ରୀ

Advertisment

ରାଜଧାନୀରେ ସ୍କୁଲ ଛାତ୍ରୀ ନିଖୋଜ ଘଟଣା । ୫ ଘଣ୍ଟା ପରେ କ୍ୟାପିଟାଲ ହସ୍ପିଟାଲରୁ ଉଦ୍ଧାର । ତେବେ କିଏ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଛାଡ଼ିଲା, ତଦନ୍ତ କରୁଛି ପୋଲିସ ।

ରାଜଧାନୀରେ ସ୍କୁଲ ଛାତ୍ରୀ ନିଖୋଜ ଘଟଣା । ୫ ଘଣ୍ଟା ପରେ କ୍ୟାପିଟାଲ ହସ୍ପିଟାଲରୁ ଉଦ୍ଧାର । ତେବେ କିଏ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଛାଡ଼ିଲା, ତଦନ୍ତ କରୁଛି ପୋଲିସ ।

girl-in-school

girl-in-school Photograph: (google)

କନକ ବ୍ୟୁରୋ : ରାଜଧାନୀରେ ସ୍କୁଲ ଛାତ୍ରୀ ନିଖୋଜ ଘଟଣା । ୫ ଘଣ୍ଟା ପରେ କ୍ୟାପିଟାଲ ହସ୍ପିଟାଲରୁ ଉଦ୍ଧାର । ତେବେ କିଏ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଛାଡ଼ିଲା, ତଦନ୍ତ କରୁଛି ପୋଲିସ । ଘାଟିକିଆ କଳିଙ୍ଗ କେନ୍ଦ୍ରୀୟ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ଛାତ୍ରୀ, ଗତକାଲି ଦିନ ସାଢେ ଗୋଟାଏ ସମୟରେ ସ୍କୁଲ ଛୁଟି ପରେ  ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ନପାଇ ଥାନାରେ ଅଭିଯୋଗ କରିଥିଲେ ।

ଅଧିକ ପଢନ୍ତୁ : ଚକୋଲେଟ୍‌ ଡେ’ରେ ରାଜଧାନୀରେ ବୀଭତ୍ସ ହତ୍ୟା, ପ୍ରେମିକା ଆଗରେ ପ୍ରେମିକର ତଣ୍ଟି କାଟିଦେଲା ଆଉଜଣେ ପ୍ରେମିକ

ଅଭିଯୋଗ ପାଇ ଭରତପୁର ଥାନା ପୋଲିସ ଖୋଜାଖୋଜି ଆରମ୍ଭ କରିଥିଲା । ରାତି ପ୍ରାୟ ୧୦ଟା ପରେ ଛାତ୍ରୀ ଜଣକ କ୍ୟାପିଟାଲ ହସ୍ପିଟାଲରେ ଠିଆ ହୋଇଥିଲେ । ସ୍କୁଲ୍ ଡ୍ରେସ୍ ପିନ୍ଧିଥିବାରୁ ମେଡିକାଲ ସିକ୍ୟୁରିଟି ଗାର୍ଡ ଛାତ୍ରୀ ଜଣଙ୍କୁ ପଚରା ଉଚରା କରିଥିଲେ । ପରେ ୧୧୨କୁ କଲ୍‌ କରି ତାଙ୍କୁ ଶିଶୁ ବିଭାଗକୁ ପଠାଇଥିଲେ । ଖବର ପାଇ ଭରତପୁର ଥାନା ପୋଲିସ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଛାତ୍ରୀଙ୍କର ଡାକ୍ତରୀ ମାଇନା କରିଥିଲା । ହେଲେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ଉପସ୍ଥିତ ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe