କନକ ବ୍ୟୁରୋ: ଚାଲିଛି ପ୍ରେମ ସପ୍ତାହ । ପ୍ରତିଟି ଦିନକୁ ସ୍ମରଣୀୟ ପାଇଁ ପ୍ରେମିକ ପ୍ରେମିକାଙ୍କୁ ଦେଉଛନ୍ତି ସର୍‌ପ୍ରାଇଜ୍ । ଆଉ ଏ ସର୍‌ପ୍ରାଇଜ୍‌ରୁ ରାଜଧାନୀରେ ଘଟିଛି ଜଘଣ୍ୟ ହତ୍ୟାକାଣ୍ଡ । ଇଏ ଏମିତି ଏକ ହତ୍ୟାକାଣ୍ଡ ଯେଉଁଥିରେ ପ୍ରେମ ସଂପର୍କରୁ ଭରସା ଉଠିଯିବ। ତ୍ରିକୋଣୀୟ ପ୍ରେମରୁ ରାଜଧାନୀରେ ହୋଇଛି ଛାତିଥରା ହତ୍ୟାକାଣ୍ଡ । ସତ୍ୟବ୍ରତ ପ୍ରଧାନ। ଘର- ବ୍ରହ୍ମଗିରି ହାସିନିପୁରରେ। ରାଜଧାନୀରେ ଗାଡ଼ି ଚାଳକ ଭାବେ କରୁଥିଲେ କାମ। ଶୈଳଶ୍ରୀ ବିହାରର ସାଇ ମନ୍ଦିର ପାଖରୁ ମିଳିଛି ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ଦିନେଶ ନାମକ ଜଣେ ଯୁବକ ତାଙ୍କ ତଣ୍ଟିରେ ଛୁରି ଭୁସି ଭୁସି ହତ୍ୟା କରିଛନ୍ତି। ଦିନେଶ ହେଉଛନ୍ତି ସତ୍ୟବ୍ରତଙ୍କ ପ୍ରେମିକାର ଆଉ ଜଣେ ପ୍ରେମିକ। ପ୍ରେମିକା ଆଗରେ ହିଁ ଜଣେ ପ୍ରେମିକ ଆଉ ଜଣେ ପ୍ରେମିକକୁ ହତ୍ୟା କରିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । 

Advertisment

ଅଧିକ ପଢନ୍ତୁ: ଅପରେସନ ଗ୍ରୀନ କ୍ଲିନ୍ : ୩୮ ଏକର ଜମିରେ ସାଢ଼େ ୪ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

 ଦିନେଶ ଓ ପ୍ରେମିକା ଲିଭ୍‌ଇନ୍‌ରେ ଗତ ୭ ମାସ ହେବ ରହିଆସୁଥିଲେ। ଗତକାଲି ପ୍ରପୋଜ୍ ଡେ ଥିବାରୁ ପ୍ରେମିକା ଜଣକ ଦିନେଶଙ୍କ ଅନୁପସ୍ଥିତିରେ ସତ୍ୟବ୍ରତଙ୍କ ସହ ସେଲିବ୍ରେସନ ପାଇଁ ଲାଗିପଡ଼ିଥିଲେ। ସତ୍ୟବ୍ରତ ଦେଇଥିବା ଚକୋଲେଟର ଫଟୋକୁ ନିଜର ଷ୍ଟାଟସ ବି ରଖିଥିଲେ। ଯାହାକୁ ନେଇ ରକ୍ତମୁଖା ହୋଇପଡ଼ିଲା ଦିନେଶ। ଘଟଣାସ୍ଥଳରେ ଅର୍ଥାତ ଲିଭ୍‌ଇନ୍‌ରେ ରହୁଥିବା ଘରେ ପହଞ୍ଚି ନିଜ ପ୍ରେମିକା ସହ ସତ୍ୟବ୍ରତଙ୍କୁ ଦେଖିଥିଲା । ଆଉ ତା ପରେ ଛୁରି ଭୁସି ଭୁସି ସତ୍ୟବ୍ରତଙ୍କୁ ହତ୍ୟା କରିଥିବା ପ୍ରେମିକା ଜଣକ ଜଣାଇଛନ୍ତି। ପ୍ରେମିକାକୁ ଅଟକ ରଖି ଝାଳବୁହା ଜେରା ଚଳାଇଛି ଚନ୍ଦ୍ରଶେଖରପୁର ପୁଲିସ । ସକାଳୁ ସକାଳୁ ଶିଶୁଭବନ ଛକରେ ଏକ କାର୍ ବ୍ରିଜ୍‌ ତଳକୁ ଖସିପଡ଼ିଥିଲା। ଯେଉଁ କାର୍‌ର ଚାଳକ ଥିଲେ ସତ୍ୟବ୍ରତ। ଗାଡ଼ିଟି ହତ୍ୟାକାଣ୍ଡ ପୂର୍ବରୁ କ୍ରାଇମ୍‌ ସିନ୍‌ରେ ଥିଲା। ହେଲେ ଗାଡ଼ିଟିକୁ କିଏ ଓ କାହିଁକି ଫେରାର କରିବାକୁ ଯୋଜନା କରିଥିଲା ତାକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି । ଗାଡ଼ିରେ ଥିବା ଚାଳକଙ୍କୁ କ୍ୟାପିଟାଲ ଥାନାରେ ଅଟକ ରଖାଯାଇଛି। ଘଟଣାସ୍ଥଳରେ ଲାଗିଥିବା ସିସିଟିଭିକୁ ନେଇ ଛାନଭିନ୍ ଚଳାଇଛି ପୁଲିସ।