କନକ ବ୍ୟୁରୋ : ରାଜଧାନୀରେ ଅପହରଣ । ହୋଟେଲ ମ୍ୟାନେଜରଙ୍କୁ ଅପହରଣ କଲେ ଦୁବୃର୍ତ୍ତ । ଏକ ସ୍କର୍ପିଓ ଗାଡ଼ିରେ ମ୍ୟାନେଜରଙ୍କୁ ଅପହରଣ କରି ନେଉଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ । 

Advertisment

ଅଧିକ ପଢନ୍ତୁ : କଂଗ୍ରେସ ନେତା ପୃଥ୍ବୀରାଜ ଚଭନଙ୍କ ବିବାଦୀୟ ବୟାନ, ମାଦୁରୋଙ୍କ ପରି ମୋଦୀଙ୍କୁ ଟ୍ରମ୍ପ ଅପହରଣ କରିବେ କହି ସମାଲୋଚନାର ଶିକାର

ଅପହୃତଙ୍କୁ ଉଦ୍ଧାର କରିବା ସହ ୪ଜଣଙ୍କୁ ଧରିଛି ଖଣ୍ଡଗିରି ଥାନା ପୁଲିସ। ତେବେ କାହିଁକି ଅପହରଣ କଲେ, ତା’ର କାରଣ ଜଣାପଡ଼ିନାହିଁ । ସେପଟେ ଆକ୍ରମଣରେ ଗୁରୁତର ହୋଇଛନ୍ତି ହୋଟେଲ ମ୍ୟାନେଜର । ଉଦ୍ଧାର ପରେ ପୁଲିସ ତାଙ୍କୁ ଡାକ୍ତରଖାନା ପଠାଇଛି ।