କନକ ବ୍ୟୁରୋ : ପରୀକ୍ଷା ପୂର୍ବରୁ ଚୋରି ହୋଇଗଲା ପ୍ରଶ୍ନପତ୍ର , କିଏ ନେଲା କେହି ଜାଣି ନାହାନ୍ତି । ବୃତ୍ତି ପରୀକ୍ଷା ଭଳି ଏକ ଗୁରୁତ୍ବପୁର୍ଣ ପରୀକ୍ଷାର ପ୍ରଶ୍ନ ପତ୍ରକୁ ପୂରା ଖାମଖିଆଲ ଭାବେ ହଜେଇ ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ମାଲୁଦ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ଥିଲା ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା । ନିର୍ଦ୍ଧିଷ୍ଟ ସମୟରେ ପ୍ରଶ୍ନ ପତ୍ର ଖୋଲି ଥିଲେ ପ୍ରଧାନ ଶିକ୍ଷକ । କିନ୍ତୁ ସେଥିରୁ ୬ଟି ପ୍ରଶ୍ନ ପତ୍ର ଗାୟବ ହୋଇ ଯାଇଥିବା ଜଣା ପଡ଼ିଥିଲା ।
ନିୟମ ଅନୁସାରେ ପରୀକ୍ଷା ନିୟନ୍ତ୍ରକ, ଉପ ନିୟନ୍ତ୍ରକ ଆଉ ବ୍ଳକ୍ ଶିକ୍ଷା ଅଧିକାରୀ ଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲା ଯିବା କଥା କିନ୍ତୁ କାହା ନିର୍ଦ୍ଦେଶରେ ଏକା ଖୋଲି ଦେଲେ ପ୍ରଧାନ ଶିକ୍ଷକ । ଟଙ୍କା ପାଇଁ ପ୍ରଶ୍ନ ପତ୍ର ଗାୟବ କରା ଯାଉନିତ । ଏଭଳି ଅଭିଯୋଗ ଏବେ ଅଭିଭାବକଠାରୁ ଆସିବାରେ ଲାଗୁଚି । ଏନେଇ ପ୍ରତିକ୍ରିୟା ନେବାରେ ଅତିରିକ୍ତ ଶିକ୍ଷା ଅଧିକାରୀ ,ଓ ପ୍ରଧାନ ଶିକ୍ଷକ ଙ୍କ କଥାରେ କୌଣସି ତାଳମେଳ ଥିବାର ଦେଖା ଯାଇ ନଥିବାରୁ ଏବେ ବଢିଲା ସନ୍ଧେହ । ତୃତୀୟ ଶ୍ରେଣୀ ବୃତ୍ତି ରେ ୮୭ ପ୍ରଶ୍ନପତ୍ର ଆସିଥିଲା । ପିଲାଙ୍କ ସିଟିଂ ୭୮ , ତିନି ଆପସେଣ୍ଟ । ୭୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଲେ ୧୨ ପ୍ରଶ୍ନପତ୍ର ବଳକା ରହିବା କଥା । କିନ୍ତୁ ଆଉ ୬ ପ୍ରଶ୍ନପତ୍ର ଗଲା କୁଆଡେ ।
ଅଧିକ ପଢ଼ନ୍ତୁ---ଆନନ୍ଦ ବଜାରଠୁ ନେଇ କୋଇଲି ବୈକୁଣ୍ଠ , ସବୁଠି ପାନଛେପ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/22/question-paper-2025-12-22-15-33-03.png)