କନକ ବ୍ୟୁରୋ:  ସଫା କରିବା ବାହାନାରେ ଲୁଟିନେଲେ ସୁନା ଅଳଙ୍କାର । ଆସିଲେ କମ୍ପାନି କର୍ମଚାରୀ କହି ଗହଣା ସଫା କରିବା ବାହାନାରେ ଅଲଙ୍କାର ଲୁଟି ନେଲେ । ଉଦଳା ଥାନା ଏନଏସି ୩ ନମ୍ବର ୱାର୍ଡରେ ଘଟିଛି ଏଭଳି ଘଟଣା । ଗ୍ରାମର ଆଶାଲତା ପୃଷ୍ଟି ଘରେ ଥିବା ବେଳେ ଦୁଇ ଜଣ ଯୁବକ ଆସି ନିଜକୁ କମ୍ପାନିର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ଏକ ପାଉଡର ସାହାଯ୍ୟରେ ସମସ୍ତ ପିତ୍ତଳ, କଂସା ବାସନ ଏବଂ ସୁନା ଗହଣା ସଫା ହୋଇ ପାରିବ ବୋଲି କହିଥିଲେ। ଏପରିକି କିଛି ପିତ୍ତଳ ବାସନକୁସନ ସଫା କରିବା ପରେ ସୁନା ଅଳଙ୍କାର ମାଗିଥିଲେ ।

Advertisment

ଅଧିକ ପଢନ୍ତୁ : ବିଭିନ୍ନ ମନ୍ଦିରରୁ ସିରିଜ୍‌ ଲୁଟ୍‌, ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା 

ଆଶାଲତା ପୃଷ୍ଟି ଏବଂ ମଧୁସ୍ମିତା ପୃଷ୍ଟି ନିଜର ସୁନା କାନଫୁଲ ଏବଂ ଚେନ ଦେବା ପରେ ଦୁଇ ଯୁବକ ତାହାକୁ ପାଉଡର ଭିତରେ ସଫା କରିବା ନିମନ୍ତେ ରଖିଥିଲେ ଏବଂ କିଛି ସମୟ ପରେ ଖୋଲିବାକୁ କହିଥିଲେ । ହେଲେ ଖୋଲିଲା ବେଳକୁ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଲୁଟି ନେଇଥିବା ଜାଣିବାକୁ ସେମାନେ ପାଇଥିଲେ। ୩ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଦୁର୍ବୃତ୍ତ ଲୁଟି ନେଇ ଚାଲି ଯାଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।