କନକ ବ୍ୟୁରୋ: ପୁଣି ବାଲେଶ୍ବର ଭୋଗରାଇର ବିଭିନ୍ନ ମନ୍ଦିରରୁ ସିରିଜ୍ ଲୁଟ୍ । ବିଳମ୍ବିତ ରାତିରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଠାକୁରଙ୍କ ଆସବାବପତ୍ର ଲୁଟିନେଲେ ଲୁଟେରା । ଜଲସୋହରିଆ ପଞ୍ଚାୟତର ଝକଝକି ଶୀତଳା ଓ କାଳୀ ମନ୍ଦିର ସହ ବେଣୁଦା ଗ୍ରାମର ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଆସବାବପତ୍ର ଲୁଟ୍ ହୋଇଛି ।
ଚନ୍ଦନେଶ୍ୱର ୫୭ ନମ୍ବର ରାଜ୍ୟ ରାଜପଥକୁ ଲାଗିଥିବା ବେଣୁଦା ଗ୍ରାମର ଜଗନ୍ନାଥ ମନ୍ଦିର ଓ ଝକଝକି ଗ୍ରାମର ଶୀତଳା ଓ କାଳୀ ମନ୍ଦିର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ରୁପା ଲୁଟ୍ ହୋଇଛି । ଆଜି ସକାଳେ ଗ୍ରାମବାସୀ ଓ ପୂଜକଙ୍କ ନଜରକୁ ଏ ଘଟଣା ଆସିବା ପରେ ପୁଲିସକୁ ଖବର ଦେଇଛନ୍ତି । ପୁଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଆନୁମାନିକ ୩ ମନ୍ଦିରରୁ ଦୁଇ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି ହୋଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/15/sFE4Zlr6gWG4dppmNs5F.jpg)