Photograph: (kanaknews)
କନକ ବ୍ୟୁରୋ : ପୁରୀ ନିମାପଡ଼ାରେ ଲଜ୍ଜା, ୧୩ ବର୍ଷୀୟ ନାବାଳକକୁ ଜଙ୍ଗଲକୁ ଟେକିନେଇ ଯୌନ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ । ଥାନାରେ ପୀଡ଼ିତଙ୍କ ଅଭିଯୋଗ ପରେ ରାତି ଅଧରେ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ୍ । ନାବାଳକ ଜଣକ ଗାଁ ପଡ଼ିଆରେ ଭଲି ବଲ୍ ଖେଳୁଥିବା ସମୟରେ ଦୁଇଜଣ ଯୁବକ ତାଙ୍କୁ ପାଖରେ ଥିବା ଜଙ୍ଗଲକୁ ଟେକିନେଇ ଯୌନ ନିର୍ଯ୍ୟାତନା ଦେଇଛନ୍ତି ।
ଅଧିକ ପଢନ୍ତୁ : ଭଦ୍ରକ ଧୁଷୁରୀ ଥାନା ଅଞ୍ଚଳରେ ଲଜ୍ଜା : ସ୍କୁଲରୁ ଫେରୁଥିବା ସମୟରେ ନାବାଳିକାକୁ ଦୁଷ୍କର୍ମ କଲା ୫୫ ବର୍ଷିୟ ବୃଦ୍ଧ
ଏଥି ସହିତ ଅଭିଯୁକ୍ତ ମାନେ ଉକ୍ତ ନାବାଳକଙ୍କ ପରିବାର ଲୋକଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି । ଏନେଇ ନାବାଳକ ଜଣକ ବଳଙ୍ଗା ଥାନାରେ ପହଞ୍ଚିଏତଲା ଦେଇଥିବା ବେଳେ ଉଭୟଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍ ।
Follow Us