କନକବ୍ୟୁରୋ : ତେର ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ୫୫ ବର୍ଷିୟ ବୃଦ୍ଧ ଥାନାରେ ଅଟକ । ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଞ୍ଚଳରୁ ଆସିଛି ଏହି ଲଜ୍ଜାଜନକ ଖବର । ଅଭିଯୋଗ ଅନୁସାରେ ଧୁଷୁରୀ ଥାନା ଅଞ୍ଚଳର ଜଣେ ୧୩ ବର୍ଷିୟ ନାବାଳିକା ସ୍କୁଲରୁ ଘରକୁ ଫେରୁଥିଲେ। ସେହି ସମୟରେ ଅଭିଯୁକ୍ତ ପ୍ରଲୋଭନ ଦେଖାଇ ଏକ ନିଛାଟିଆ ସ୍ଥାନରେ ନାବାଳିକାଙ୍କୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଘନଉଛି ଇରାନ-ଆମେରିକା ବିବାଦ : ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ ସହାୟତା ଘୋଷଣା ପରେ ବଢ଼ିଲା ଯୁଦ୍ଧ ଆଶଙ୍କା
ନାବାଳିକା ଚେତାଶୂନ୍ୟ ଅବସ୍ଥାରେ ଛାଡ଼ିଦେଇ ଚମ୍ପଟ ମାରିଥିଲା ଦୁର୍ବୃତ୍ତ । ନାବାଳିକା ଚେତା ଫେରିବା ପରେ ଘରକୁ ଫେରି ପରିବାର ଲୋକଙ୍କୁ ସବୁ ଜଣାଇଥିଲେ । ଏନେଇ ପରିବାର ଲୋକ ଆରଡ଼ି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଦୁଷ୍କର୍ମ ଅଭିଯୋଗରେ ୫୫ଵର୍ଷିୟ ଵୃଦ୍ଧ ଥାନାରେ ଅଟକ ରଖିଛି । ସେପଟେ ନାବାଳିକାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତ କିଛିଦିନ ତଳେ ଚାନ୍ଦବାଲିରେ ଜଣେ ୧୦ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ମନରୁ ନଲିଭୁଣୁ ପୁଣି ଧୁଷୁରୀ ଥାନା ଅଞ୍ଚଳରେ ଘଟଣା ଲଜ୍ଜାରେ ସମସ୍ତଙ୍କ ମୁଣ୍ଡ ତଳକୁ କରିଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/15/1-2026-01-15-07-40-39.png)