କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲାରେ ମାତିଛନ୍ତି ଲଘୁ ଖଣିଜ ମାଫିଆ । ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଦୁଇ ଖଣି ଅଧିକାରୀଙ୍କୁ ମାଡ଼ ଅଭିଯୋଗ । ସୋର ଥାନା ଦାଣ୍ଡହରିପୁର ଗାଁରେ ପଥର ଗାଡ଼ି ଧରିବାକୁ ଯାଇଥିବା ବେଳେ ଗ୍ରାମବାସୀ ୨ କନିଷ୍ଠ ଖଣି ଅଧିକାରୀଙ୍କୁ ମାଡ଼ ମାରିଥିଲେ । ଦାଣ୍ଡହରିପୁର ଗାଁରେ ଏକ ଡମ୍ପରରେ ବେଆଇନ ଭାବେ ପଥର ଚାଲାଣ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ ଖଣି ଅଧିକାରୀ ଜଗନ୍ନାଥ ଦାସ ଏବଂ ସମ୍ବିତ ମଣି । ଏହି ସମୟରେ ଗ୍ରାମବାସୀ ଉଭୟଙ୍କୁ ମାଡ଼ ମାରିଥିଲେ । ସେଠାରେ ଗାଡ଼ିକୁ ଛାଡି ପଳାଇ ଆସି ଖଣି ଅଧିକାରୀ ଜଗନ୍ନାଥ ଦାସ ସୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ : ବିଜେପି ବିଧାୟକଙ୍କୁ ହତ୍ୟା ଧମକ ଦେଲା କିଏ ? କାଉନସିଲର ଓ ଅନ୍ୟ ୬ଜଣଙ୍କ ନାଁରେ ଜିଆରପିରେ ଏତଲା
ସେପଟେ ପଶ୍ଚିମବଙ୍ଗକୁ ବାଲି ଚୋରା ଚାଲାଣ ବେଳେ ମାଡ଼ି ବସିଲେ ଖଣି ଅଧିକାରୀ । ଗୋଟିଏ ହାଇୱା ଓ ଗୋଟିଏ ଟ୍ରାକ୍ଟର ଜବତ ହୋଇଛି । ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ବେଆଇନ୍ ଭାବରେ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ ହେଉଛି । ଗତ ରାତିରେ ଜଳେଶ୍ଵର ଥାନା ବଳରାମପୁର ନିକଟରେ ମାଫିଆ ମାନେ ଗଚ୍ଛିତ ବାଲି ଚାଲାଣ କରୁଥିବା ବେଳେ ଖଣି ଅଧିକାରୀ ଚଢାଉ କରିଥିଲେ ।
ସେହିପରି ୬୦ ନମ୍ବର ଜାତୀୟ ରାଜପଥ ସନ୍ତୋଷପୁର ନିକଟରୁ ଗୋଟିଏ ଟ୍ରାକ୍ଟର ଖଣି ଅଧିକାରୀ ଜବତ କରିଛନ୍ତି । ସୁବର୍ଣ୍ଣରେଖା ନଦୀରୁ ପ୍ରତ୍ୟେକ ଦିନ ବାଲି ଉତ୍ତୋଳନ ହେଉଥିବାରୁ ଖଣି ବିଭାଗ, ପୋଲିସ, ଜିଲ୍ଲା ପ୍ରଶାସନ ବାରମ୍ବାର ଚଢ଼ାଉ କରୁଛନ୍ତି । ତଥାପି ଏଥିରେ ରୋକ୍ ଲାଗିପାରୁନି । ମାଫିଆମାନେ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ କରୁଛନ୍ତି ଚୋରା ଚାଲାଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/06/mineral-mafia-2025-12-06-08-09-36.jpg)