କନକ ବ୍ୟୁରୋ : ଚୋରା ବାଲି ଉତ୍ତୋଳନକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ବାଲି ମାଫିଆଙ୍କ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଜଳେଶ୍ୱର ଥାନା ଚାଲନ୍ତି ଠାରେ ବିଳମ୍ବିତ ରାତିରେ ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନ ହେଉଥିଲା । ବାଲି ମାଫିଆ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବରେ ବାଲି ଉତ୍ତୋଳନ କରୁଥିଲେ । ସେହି ସମୟରେ ଗାଁର ୪ରୁ ୫ଜଣ ଯୁବକ ଏହାକୁ ବିରୋଧ କରିଥିଲେ । ଏହାପରେ ମାଫିଆ ମାନେ ସେମାନଙ୍କୁ ଆକ୍ରମଣ କରିଥିଲେ ।
ବାଲେଶ୍ବରରେ ମାତିଛନ୍ତି ବାଲି ମାଫିଆ ; ଚୋରା ବାଲି ଉତ୍ତୋଳନକୁ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ଆକ୍ରମଣ
ବାଲି ମାଫିଆଙ୍କ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
/kanak/media/media_files/2025/10/05/24-2025-10-05-10-48-43.jpg)