କନକ ବ୍ୟୁରୋ : ରାଜ୍ୟରେ ବେଧଡକ ଚାଲିଛି ଲଘୁ ଖଣିଜ ଲୁଟ୍ । ବିଧାନସଭାରେ ଏହା ସ୍ବୀକାର କରିଛନ୍ତି ଖଣିମନ୍ତ୍ରୀ । ଧରପଗଡ ଓ ଜୋରିମାନା ସତ୍ତ୍ବେ ଏହା ଉପରେ ଲାଗୁନି ଲଗାମ । ୧୧ଟି ତହସିଲରେ ସର୍ବାଧିକ ଖଣିଜ ଲୁଟ ହେଉଛି । 

Advertisment

ଅଧିକ ପଢ଼ନ୍ତୁ :ଚନ୍ଦକାରେ ଲଘୁ ଖଣିଜ ଲୁଟ୍ ଘଟଣା : କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଡିଏଫଓଙ୍କ ତଦନ୍ତ ନିର୍ଦ୍ଦେଶ

ଲଘୁ ଖଣିଜ ଚୋରି ରୋକିବାକୁ ସରକାର କଡା ପଦକ୍ଷେପ ନେଉଛନ୍ତି ।  କିନ୍ତୁ ଆଇନର ଗଳାବାଟ ଦେଇ ସକ୍ରିୟ ରହିଛନ୍ତି ମାଫିଆ । ୩୦ ଜିଲ୍ଲାରେ ଚୋରାଚାଲାଣ ହେଉଛି ଲଘୁ ଖଣିଜ । ବିଧାନସଭାରେ  ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ପ୍ରଶ୍ନରେ ଇସ୍ପାତ ମନ୍ତ୍ରୀ ଚୋରାଚାଲାଣଙ୍କୁ ସ୍ବୀକାର କରିଛନ୍ତି । ଲିଖିତ ଉତ୍ତରରେ କହିଛନ୍ତି,  ଜାନୁଆରି ୨୦୨୨ରୁ ଅକ୍ଟ୍ବୋବର ୨୦୨୫ ମଧ୍ୟରେ ଆଦାୟ ହେଲାଣି ୧୨୬ କୋଟି ଜରିମାନା । ଚଳିତବର୍ଷ ସେପ୍ଟେମ୍ୱର ୩୦ ପର୍ଯ୍ୟନ୍ତ  ଆଦାୟ ହୋଇଛି ୬୫୫ କୋଟି ରାଜସ୍ବ । ୩୦ ଜିଲ୍ଲାରେ  ୧୫ ହଜାର  ୧୮୭ଟି ଧରପଗଡ଼ ହୋଇଛି ।  ମାମଲା ରୁଜୁ ହୋଇଛି ୩ ହଜାର ୧୧୯ । ଆଉ ଜରିମାନା ଆଦାୟ ହୋଇଛି ୧୨୬ କୋଟି ୫୧ ଲକ୍ଷ ୭୮ ହଜାର ଟଙ୍କା ।  ରାଜ୍ୟରେ ୧୧ଟି ତହସିଲରେ ସର୍ବାଧିକ ଲଘୁ ଖଣିଜ ଚୋରି ହେଉଛି ବୋଲି କହିଛନ୍ତି ଖଣି ମନ୍ତ୍ରୀ

ଅଧିକ ପଢ଼ନ୍ତୁ :ଲଘୁ ଖଣିଜ କେଳେଙ୍କାରୀକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ; କହିଲେ, ପ୍ରସ୍ତୁତ ରୁହ... ଆଗକୁ ଏସବୁ କଥା ବି ବୁଝିବ

ବିଧାନସଭାରେ ବେଆଇନ ବାଲିଚାଲାଣକୁ ଖଣିମନ୍ତ୍ରୀ ସ୍ବୀକାର କରିଥିବାବେଳେ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ଦଳ କହିଛି, ବିଜେପି କର୍ମୀ ଚଳାଉଛନ୍ତି ବାଲିଘାଟ ।  ସରକାରଙ୍କ ନିୟନ୍ତ୍ରଣ ନାହିଁ । ଲୁଟତରାଜ ଚାଲିଛି ।  ଅଫିସର କି ଜିଲ୍ଲାପାଳ କିଛି ବୁଝୁନାହାନ୍ତି  । ବେଆଇନ ବାଲିଘାଟକୁ ବନ୍ଦ କରିବାରେ ସରକାର ଅସହାୟ । ସରକାର ଟେଣ୍ଡର କାହିଁକି କରୁନାହାନ୍ତି? ବୋଲି ପ୍ରଶ୍ନ କରିଛି ବିଜେଡି । କଂଗ୍ରେସ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛି ।

ଅଧିକ ପଢ଼ନ୍ତୁ :ଲଘୁ ଖଣିଜ ସମ୍ପଦ ଲୁଟକୁ ନେଇ ବିଧାନସଭାରେ କମ୍ପନ;  ପରସ୍ପର ବିରୋଧରେ ଦୋଷ ଲଦାଲଦି ହେଲେ ଶାସକ ବିରୋଧୀ


 ଚଢାଉ ଓ ଜୋରିମାନା ସତ୍ତ୍ବେ  ବାଲିଚୋରି ରୋକିହେଉନାହିଁ । ମାଫିଆ ମାତୁଛନ୍ତି । ପ୍ରଶ୍ନ ଉଠୁଛି, ବାଲିମାଫିଆଙ୍କ ଉପରେ ଲଗାମ ଲାଗିବ କେବେ ?