କନକବ୍ୟୁରୋ : ଚନ୍ଦକା ଅଭୟାରଣ୍ୟ ମୋରମ ଚୋରି ଘଟଣା । କନକ ନ୍ୟୁଜର ପ୍ରଭାବ  । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଚନ୍ଦକା ଡିଏଫଓ  । ଡିଏଫଓଙ୍କ ନିର୍ଦ୍ଦେଶ ପରେ ଘଟଣାସ୍ଥଳରେ ପହଞ୍ଚିଲେ ଏସିଏଫ ମଧୁସ୍ମିତା ଦାସ  ।   ତଦନ୍ତକାରୀ ଟିମ୍ ସହ ଅଭୟାରଣ୍ୟ ଭିତରକୁ ଯାଇଛନ୍ତି ବରିଷ୍ଠ ବନ ଅଧିକାରୀ   ।  ଅଭୟାରଣ୍ୟ ଭିତରେ କେତେ ଖନନ ହୋଇଛି ତାହାର ସ୍ଥିତି ଅନୁଧ୍ୟାନ ପାଇଁ ଆସିଛନ୍ତି ବନ ବିଭାଗର ଅଧିକାରୀ  ।  ମୋରମ ଖଣିର ମାପଚୁପ କରି ଡିଏଫଓଙ୍କୁ ରିପୋର୍ଟ ଦେବେ ଏସିଏଫ  ।  ଚୋରି ଘଟଣାରେ ବନ ବିଭାଗର କେଉଁ ଅଧିକାରୀ ସମ୍ପୃକ୍ତ ଅଛନ୍ତି, ସେନେଇ ବି ତଦନ୍ତ ଚଳାଇଛି ବନ ବିଭାଗ ।