କନକ ବ୍ୟୁରୋ: ଜନଗହଳି ପୂର୍ଣ୍ଣ ରାଜଧାନୀ ରାଜରାସ୍ତା । ରାସ୍ତାକଡ଼ ଫୁଟପାଥରେ ପଡ଼ିଥିଲେ ରକ୍ତଜୁଡ଼ୁବୁଡ଼ୁ ନାବାଳିକା । ଦିନକ ତଳେ ଘଟିଥିବା ଲୋମହର୍ଷଣକାରୀ ଘଟଣାକୁ ନେଇ ଭୁବନେଶ୍ବରରେ ଖେଳିଯାଇଛି ଚାଞ୍ଚଲ୍ୟ । ଜଣେ ୧୬ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ ୮ଟା ବେଳେ ଅଶୋକନଗରରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ ନାବାଳିକା ଜଣକ ।
ନେପାଳ ଓ ପଶ୍ଚିମବଙ୍ଗରୁ ଆସୁଛି ଧଳା ଜହର; ବ୍ରାଉନସୁଗାର ଗ୍ୟାଙ୍ଗରେ ଲେଡି ଡନ୍ ରାଜଧାନୀରୁ
କିଛି ଲୋକ ଜନପଥ କଡ଼ରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେବା ସହ ପୁଲିସକୁ ଖବର ଦେଇଥିଲେ । ପ୍ରାଥମିକ ଭାବେ ନାବାଳିକାଙ୍କ ସହ ଯୌନ ଉତ୍ପୀଡ଼ନ ସ୍ପଷ୍ଟ ହୋଇଥିବା ବେଳେ, କ୍ୟାପିଟାଲ ଥାନାରେ ମାମଲା ରୁଜୁ କରି ଛାନଭିନ କରୁଛି କମିଶନରେଟ୍ ପୁଲିସ । ପୀଡ଼ିତାଜଣକ ମାନସିକ ବିକାରଗ୍ରସ୍ତ ଏବଂ ତାଙ୍କ ଘର ଝାଡ଼ଖଣ୍ଡ ବୋଲି ଜଣାପଡ଼ିଛି । ତେବେ ତାଙ୍କର କୌଣସି ସଂପର୍କୀୟଙ୍କ ପତ୍ତା ମିଳିନଥିବାରୁ ପୁଲିସ ସେ ଦିଗରେ ବି ତଦନ୍ତ ଚଳାଇଛି ।
ଲୋପ ପାଉଛି ମାଓ ସଙ୍ଗଠନ : ଶାନ୍ତି ପଥେ ଲାଲବାହିନୀ , ଗୁଳି ଫୋପାଡ଼ିଲେ, ଗୋଲାପ ଧରିଲେ
ଝାଡ଼ଖଣ୍ଡରୁ କେମିତି ଆସିଲେ ନାବାଳିକା? ଭୁବନେଶ୍ୱରକୁ ତାଙ୍କୁ କିଏ ଆଣିଥିଲା? କାହିଁକି ଆଣିଥିଲା? ସେ କାହା କବଳରୁ ଖସିଆସିଥିଲେ? ନା କିଏ ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲା ? ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ କେମିତି କେହି ପାଇଲେନି ଟେର୍ ? ନାବାଳିକା ନିଜେ କିଛି ସ୍ପଷ୍ଟ ଭାବେ କହିପାରୁନଥିବାରୁ ଏସବୁର ସୁରାଗ୍ ଖୋଜିବା ପୁଲିସ ପାଇଁ ଚାଲେଞ୍ଜ ପାଲଟିଛି । ସେପଟେ ଡିସିପିଙ୍କୁ ଭେଟି ଏହି ମାମଲାରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର ଦେଇଛି ବିଜେଡି । ଏହି ମାମଲାର ତଦନ୍ତ ଆଗକୁ କେଉଁ ଦିଗରେ ଆଗଉଛି, ତା ଉପରେ ସମସ୍ତଙ୍କର ନଜର ରହିଛି ।