ପ୍ରେମ ପ୍ରତାରଣାର ଭୟାବହ ଅନ୍ତ : ଭିଣୋଇ ଓ ସାଙ୍ଗ ସହ ମିଶି ପ୍ରେମିକଙ୍କୁ ହତ୍ୟା କଲା ନାବାଳିକା ପ୍ରେମିକା

Advertisment

ଭିଣୋଇ ଓ଼ ନାବାଳିକା ସାଙ୍ଗ ସହ ମିଶି ପ୍ରେମିକକୁ ହତ୍ୟା କଲା ନାବାଳିକା ପ୍ରେମିକା । ଭଦ୍ରକ ମଞ୍ଜୁରୀରୋଡ ଷ୍ଟେସନ ନିକଟ ବିରିଡି ଗାଁର ରେଳଧାରଣା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ଭଣ୍ଡାରୀପୋଖରୀ ପୁଲିସ ।

ଭିଣୋଇ ଓ଼ ନାବାଳିକା ସାଙ୍ଗ ସହ ମିଶି ପ୍ରେମିକକୁ ହତ୍ୟା କଲା ନାବାଳିକା ପ୍ରେମିକା । ଭଦ୍ରକ ମଞ୍ଜୁରୀରୋଡ ଷ୍ଟେସନ ନିକଟ ବିରିଡି ଗାଁର ରେଳଧାରଣା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ଭଣ୍ଡାରୀପୋଖରୀ ପୁଲିସ ।

Crime

କନକ ବ୍ୟୁରୋ : ପ୍ରେମ ପ୍ରତାରଣା ଓ଼ ହତ୍ୟା । ଭିଣୋଇ ଓ଼ ନାବାଳିକା ସାଙ୍ଗ ସହ ମିଶି ପ୍ରେମିକକୁ ହତ୍ୟା କଲା ନାବାଳିକା ପ୍ରେମିକା । ଭଦ୍ରକ ମଞ୍ଜୁରୀରୋଡ ଷ୍ଟେସନ ନିକଟ ବିରିଡି ଗାଁର ରେଳଧାରଣା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ଭଣ୍ଡାରୀପୋଖରୀ ପୁଲିସ । ଏବେ ନାବାଳିକା ପ୍ରେମିକା, ତାର ନାବାଳିକା ସାଙ୍ଗ ଓ଼ ଭିଣୋଇକୁ ହତ୍ୟା ମାମଲାରେ ଗିରଫ କରିଛି । ଫେବୃଆରୀ ୪ ତାରିଖରେ ବିରିଡି ଗାଁ ରେଳଧରଣା ପାର୍ଶ୍ୱରେ ଏକ ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର ହୋଇଥିଲା । ମୃତକ ଜଣକ ବନ୍ତ ଥାନା ଅନ୍ତର୍ଗତ ଟିଲୋ କଣ୍ଟାପଡା ଗାଁର ରଞ୍ଜନ ଦାସ ବୋଲି ଜଣାପଡିଥିଲା ।

 ଭଣ୍ଡାରିପୋଖରୀ ଥାନାରେ ହତ୍ୟା ମାମଲା ରୁଜୁ କରିଥିଲେ ପରିବାର । ପୁଲିସ ତଦନ୍ତ କରିବା ପରେ ସାଙ୍ଘାତିକ ସତ ସାମ୍ନାକୁ ଆସିଛି । ପୁଲିସ ସୂଚନା ଅନୁଯାୟୀ ଆଠ ମାସ ତଳେ ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜଣେ ନାବାଳିକା ସହ ବାଙ୍ଗାଲୋରରେ ରହୁଥିବା ରଞ୍ଜନଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ କୌଣସି କାରଣକୁ ନେଇ ନାବାଳିକା ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ ।

ଅଧିକ ପଢନ୍ତୁ : ଚକୋଲେଟ୍‌ ଡେ’ରେ ରାଜଧାନୀରେ ବୀଭତ୍ସ ହତ୍ୟା, ପ୍ରେମିକା ଆଗରେ ପ୍ରେମିକର ତଣ୍ଟି କାଟିଦେଲା ଆଉଜଣେ ପ୍ରେମିକ

ଫେବ୍ରୁଆରି ୪ରେ ନାବାଳିକାକୁ ଭେଟିବାକୁ ବାଙ୍ଗାଲୋରରୁ ବିରିଡ଼ି ଆସିଥିଲେ ରଞ୍ଜନ । ପ୍ରେମିକା ନିଜ ଭିଣୋଇ ଓ ଜଣେ ନାବାଳିକା ସାଙ୍ଗ ସହ ଆସି ତାକୁ ଭୁଲିଯିବା ପାଇଁ ରଞ୍ଜନକୁ ବୁଝାଇଥିଲେ । ରଞ୍ଜନ ନମାନିବାରୁ ଏକ ପଥରରେ ରଞ୍ଚନଙ୍କ କାନ ମୂଳକୁ ଶକ୍ତ ଆଘାତ ଦେବା ସହ ଏକ କଣ୍ଟା ବାଡ଼ିରେ ବେକକୁ ଚିପି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୁଲିସ ଘଟଣାରେ ତଦନ୍ତ କରିବା ପରେ ନାବାଳିକା ପ୍ରେମିକା, ତାର ନାବାଳିକା ସାଙ୍ଗ ଓ଼ ଭିଣୋଇକୁ ଗିରଫ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe