କନକ ବ୍ୟୁରୋ : କିନ୍ନର ହତ୍ୟା ମାମଲାରେ ବଡ଼ ଆକ୍ସନ । ଅଭିଯୁକ୍ତକୁ ପିପିଲି ଉତ୍ତରା ଛକରେ ଏନକାଉଣ୍ଟର । ପୁଲିସର ଗୁଳିରେ ମୁଖ୍ୟ ଅଭିଯୁକ୍ତ ଆହତ । ଅଭିଯୁକ୍ତର ବାମ ଗୋଡ଼ରେ ବାଜିଛି ଗୁଳି । ଆହତ ଅଭିଯୁକ୍ତକୁ କଟକ ସ୍ଥାନାନ୍ତର କରାଯାଇଛି ।
ଅଧିକ ପଢ଼ନ୍ତୁ : କିନ୍ନରଙ୍କୁ ହତ୍ୟାର ପ୍ରତିବାଦ: ରାଜଧାନୀରେ ତାତିଲା କିନ୍ନର ସଂଘ, ହତ୍ୟାକାରୀକୁ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ
ନିକଟରେ ଭୁବନେଶ୍ୱର ଉତ୍ତରା ନିକଟ ସିଫା ଠାରେ କିନ୍ନରଙ୍କୁ ହତ୍ୟା କରାଯାଇଥିଲା । ଦୁଇ ଦୁବୃର୍ତ୍ତ ବାଇକରେ ଆସି ଅଞ୍ଜଳିଙ୍କୁ ଛୁରୀ ଭୂଷି ଭୂଷି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ପୁଲିସ ଏକାଧିକ ସିସିଟିଭି କ୍ୟାମେରା ଯାଞ୍ଚ କରିବା ସହ ଛାନଭିନ ଜାରି ରହିଥିଲା । କିଛି ଯୁବକ ତାଙ୍କୁ ଛୁରୀରେ ଆକ୍ରମଣ କରିଥିବା ସହଯୋଗୀ ମାନଙ୍କୁ ଫୋନ ଯୋଗେ ଜଣାଇଥିଲେ । ସହଯୋଗୀମାନେ ପହଞ୍ଚିବା ବେଳକୁ ରକ୍ତାକ୍ତ ଅବସ୍ଥାରେ ଜାତୀୟ ରାଜପଥରେ ପଡ଼ିରହିଥିଲେ । ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କିଏ ଓ କାହିଁକି ହତ୍ୟା କଲା ତାର ତନାଘନା କରୁଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/11/encounter-2026-02-11-21-05-07.jpg)