କନକ ବ୍ୟୁରୋ : ପ୍ରେମ ପ୍ରତାରଣା ଓ଼ ହତ୍ୟା । ଭିଣୋଇ ଓ଼ ନାବାଳିକା ସାଙ୍ଗ ସହ ମିଶି ପ୍ରେମିକକୁ ହତ୍ୟା କଲା ନାବାଳିକା ପ୍ରେମିକା । ଭଦ୍ରକ ମଞ୍ଜୁରୀରୋଡ ଷ୍ଟେସନ ନିକଟ ବିରିଡି ଗାଁର ରେଳଧାରଣା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ଭଣ୍ଡାରୀପୋଖରୀ ପୁଲିସ । ଏବେ ନାବାଳିକା ପ୍ରେମିକା, ତାର ନାବାଳିକା ସାଙ୍ଗ ଓ଼ ଭିଣୋଇକୁ ହତ୍ୟା ମାମଲାରେ ଗିରଫ କରିଛି । ଫେବୃଆରୀ ୪ ତାରିଖରେ ବିରିଡି ଗାଁ ରେଳଧରଣା ପାର୍ଶ୍ୱରେ ଏକ ଯୁବକଙ୍କ କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର ହୋଇଥିଲା । ମୃତକ ଜଣକ ବନ୍ତ ଥାନା ଅନ୍ତର୍ଗତ ଟିଲୋ କଣ୍ଟାପଡା ଗାଁର ରଞ୍ଜନ ଦାସ ବୋଲି ଜଣାପଡିଥିଲା ।
ଭଣ୍ଡାରିପୋଖରୀ ଥାନାରେ ହତ୍ୟା ମାମଲା ରୁଜୁ କରିଥିଲେ ପରିବାର । ପୁଲିସ ତଦନ୍ତ କରିବା ପରେ ସାଙ୍ଘାତିକ ସତ ସାମ୍ନାକୁ ଆସିଛି । ପୁଲିସ ସୂଚନା ଅନୁଯାୟୀ ଆଠ ମାସ ତଳେ ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଜଣେ ନାବାଳିକା ସହ ବାଙ୍ଗାଲୋରରେ ରହୁଥିବା ରଞ୍ଜନଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ କୌଣସି କାରଣକୁ ନେଇ ନାବାଳିକା ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ ।
ଅଧିକ ପଢନ୍ତୁ : ଚକୋଲେଟ୍ ଡେ’ରେ ରାଜଧାନୀରେ ବୀଭତ୍ସ ହତ୍ୟା, ପ୍ରେମିକା ଆଗରେ ପ୍ରେମିକର ତଣ୍ଟି କାଟିଦେଲା ଆଉଜଣେ ପ୍ରେମିକ
ଫେବ୍ରୁଆରି ୪ରେ ନାବାଳିକାକୁ ଭେଟିବାକୁ ବାଙ୍ଗାଲୋରରୁ ବିରିଡ଼ି ଆସିଥିଲେ ରଞ୍ଜନ । ପ୍ରେମିକା ନିଜ ଭିଣୋଇ ଓ ଜଣେ ନାବାଳିକା ସାଙ୍ଗ ସହ ଆସି ତାକୁ ଭୁଲିଯିବା ପାଇଁ ରଞ୍ଜନକୁ ବୁଝାଇଥିଲେ । ରଞ୍ଜନ ନମାନିବାରୁ ଏକ ପଥରରେ ରଞ୍ଚନଙ୍କ କାନ ମୂଳକୁ ଶକ୍ତ ଆଘାତ ଦେବା ସହ ଏକ କଣ୍ଟା ବାଡ଼ିରେ ବେକକୁ ଚିପି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ପୁଲିସ ଘଟଣାରେ ତଦନ୍ତ କରିବା ପରେ ନାବାଳିକା ପ୍ରେମିକା, ତାର ନାବାଳିକା ସାଙ୍ଗ ଓ଼ ଭିଣୋଇକୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/12/crime-2026-02-12-08-15-04.jpg)