କନକ ବ୍ୟୁରୋ : ଚାଷୀଙ୍କଠୁ ନିର୍ଦ୍ଧାରିତ ଧାନ ଉଠାଇବେ ସରକାର । ଟୋକେନ ପାଇନଥିବା ଚାଷୀଙ୍କୁ ଟୋକେନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଟୋକେନ ପରେ ଧାନ ବଳିଲେ ଖୋଲା ବଜାରରେ ଚାଷୀ ବିକି ଦିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀ । କୃଷ୍ଣ ପାତ୍ର କହିଛନ୍ତି, ଧାନ ସଂଗ୍ରହ ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ଏବେ ଯାଏଁ ୬ଟି ଜିଲ୍ଲାର ରିପୋର୍ଟ ଆସିଛି । ବରଗଡ଼ରେ ୫୩ ହଜାର ୮୩୮ ମେଟ୍ରିକ୍ ଟନ୍, ବଲାଙ୍ଗୀର ୯୬ ମେଟ୍ରିକ୍ ଟନ୍, କଳାହାଣ୍ଡି ୭ ହଜାର ୩୮୭, ନୂଆପଡ଼ା ୩ ହଜାର ୮୪୭ ମେଟ୍ରିକ୍ ଟନ୍, ସମ୍ବଲପୁର ୬୦ ହଜାର ୨୫୬ ମେଟ୍ରିକ୍ ଟନ୍ ଏବଂ ସୁବର୍ଣ୍ଣପୁରରେ ୧୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ଏଯାବତ୍ ମୋଟ ୧ ଲକ୍ଷ ୨୫ ହଜାର ୪୩୯ ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଧାନ କିଣା ପ୍ରକ୍ରିୟା କେବେ ହେବ ତାହା ଜିଲ୍ଲାୱାରୀ ଡିଏଲ୍ପିସି କମିଟିରେ ନିଷ୍ପତ୍ତି ହେଉଛି ।
ଅଧିକ ପଢ଼ନ୍ତୁ--ଅମଳ ପରେ ମଣ୍ଡିରେ ଧାନ ବିକିବାକୁ ଦହଗଞ୍ଜ ହେଉଛନ୍ତି ଚାଷୀ, କାହାର ଆସିନି ଟୋକନ ତ କିଏ ମଣ୍ଡିରେ ଧାନ ରଖି ସାଜିଛି ଜଗୁଆଳି
ଗତକାଲି ଏକ ଉଚ୍ଚସ୍ତରୀୟ କମିଟି ବୈଠକ ବସିଥିଲା । ଟୋକେନ ସମସ୍ୟା ଦୂର କରିବାକୁ ସରକାର୍ ଚେଷ୍ଟା କରୁଛନ୍ତି । ସମସ୍ତଙ୍କ ଧାନ କିଣା ଯିବ କେହି ଅସୁବିଧାରେ ପଡ଼ିବେନି । ବଳକା ଧାନ ଚାଷୀ ଖୋଲା ବଜାରରେ ବିକ୍ରି କରିପାରିବେ । ଧାନ ଅମଳ ଅଭରେଜ୍ ଅନୁସାରେ ଜଳସେଚିତ ଜମିରେ ଏକର ପିଛା ୧୯ କ୍ବିଣ୍ଟାଲ ଏବଂ ଅଣ ଜଳସେଚିତ ଜମିରେ ଏକର ପିଛା ୧୩ କ୍ବିଣ୍ଟାଲ ଧାନ ସରକାର୍ ସଂଗ୍ରହ କରିବେ । ମିଲରଙ୍କ ପାଖେ ପର୍ଯ୍ୟାୟ ଜାଗା ଅଛି । ବଳକା ଚାଉଳକୁ ସରକାର୍ ଅକ୍ସନ୍ କରି ଖାଲି କରାଇବାକୁ ଯୋଜନା କରିଛନ୍ତି , ତାହା ସମସ୍ୟା ହେବ ନାହିଁ । ଯେଉଁମାନେ ଟୋକେନ ପାଇନାହାନ୍ତି ସେମାନଙ୍କୁ ମଧ୍ୟ ଟୋକେନ ଦେବାକୁ କୁହାଯାଇଛି । ଟୋକେନ ବାଦ ଯେଉଁ ଧାନ ବଳିବ ତାହା ଖାଇବା ପାଇଁ ରଖିବେ ଏବଂ ମାର୍କେଟ ରେ ବିକି ପାରିବେ । ସରକାରି ନିର୍ଦ୍ଧାରିତ ହିସାବରେ ଧାନ କିଣା ଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/15/farmer-2025-12-15-16-51-12.jpg)