କନକ ବ୍ୟୁରୋ :  ବଣ୍ଡାଘାଟିରେ  ଆବାସ ଦୁର୍ନୀତି ପ୍ରସଙ୍ଗରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିତଣ୍ଡା ଯୁକ୍ତି । ଦୁର୍ନୀତି ନେଇ ଅଭିଯୋଗ କଲେ ସମ୍ପୃକ୍ତ ଅଧିକାରୀ ।   ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି  ଏବଂ ଏହା ସହିତ ଆବାସ ଅର୍ଥ ହଡ଼ପ ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ନିତ୍ୟାନନ୍ଦ ଗଣ୍ଡ । ଆବାସ ଘର ନିଜେ ହିତାଧିକାରୀ କରିବା ପାଇଁ ରାଜ୍ୟ ସରକାର କିସ୍ତି ଅନୁସାରେ ଅର୍ଥ ଯୋଗାଇ ଦେଉଛନ୍ତି । ଯିଏ କରିପାରୁନି ତାଙ୍କ ଘର କରିବାକୁ କିଏ ଠିକାଦାରଙ୍କୁ କହିଥିଲା ଏବଂ ଆବାସ ଘରକୁ ନେଇ ଅର୍ଥ ହଡପ କିଏ କରିଥିଲା ତାହାର ତଦନ୍ତ ଅଧିକ କରାଯିବ ।

Advertisment

ଏ ନେଇ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ତ । ଖଇରପୁଟ ଅଞ୍ଚଳରେ ଆବାସ ନାରେ ହୋଇଛି ବ୍ୟାପକ ର୍ଦୁନୀତି । ମାଲକାନଗିରି ଜିଲା ମାଥିଲି ଗସ୍ତରେ ଆସି ବଣ୍ତାଙ୍କ ପ୍ରତି ହୋଇଥିବା ଦୁର୍ନୀତି ଉପରେ ବିତଣ୍ଡା ଯୁକ୍ତି ଦେଇଛନ୍ତି ମନ୍ତ୍ରୀ ଗଣ୍ତ ।

ଅଧିକ ପଢନ୍ତୁ : ସରକାରଙ୍କ ତଣ୍ଟିରେ କଣ୍ଟା ସିଡିଏ ଜମି ଜାଲିଆତି ! ଦୁର୍ନୀତିକୁ ନେଇ ମନ୍ତ୍ରୀଙ୍କ ଦୁଇ ପ୍ରକାର କଥା

 ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ତାଘାଟିର ଅଧିକାଂଶ ଗାଁରେ ଘର କରିବାକୁ କହି ଠିକାଦାର ଅର୍ଥ ହଡପ କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ଜିଲ୍ଲା ଆଦିବାସୀ ସମାଜ ମହାସଂଘ ଦଳ ପହଞ୍ଚି ନିମ୍ନମାନର କାମକୁ ଦେଖି ତାଜୁବ ହୋଇଥିଲେ । ନିରୀହ ବଣ୍ତାଙ୍କ ଆବାସ ଅର୍ଥ ହେରଫେରକୁ ନେଇ ଅଧିକାରୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଏ ନେଇ କନକ ନ୍ୟୁଜରେ ପ୍ରଥମ ଖବର ପ୍ରସାରଣ ହେବା ପରେ ବିଡିଓଙ୍କ ବଦଳି ବି ହୋଇଛି ।