କନକ ବ୍ୟୁରୋ: ସିଡିଏ ଜମିକୁ ଶାଗ ମାଛ ଦରରେ ଏକ ସଂସ୍ଥାକୁ ଟେକି ଦେବା ପ୍ରସଙ୍ଗରେ ଅକଳରେ ପଡିଛି ନଗର ଉନ୍ନନୟ ବିଭାଗ । ଜାଲିଆତକୁ ନେଇ ବାରମ୍ବାର ଖବର ପ୍ରସାରଣ ପରେ ମୁହଁ ଖୋଲିଛନ୍ତି ବିଭାଗୀୟ ମନ୍ତ୍ରୀ । ସେପଟେ କେବଳ ସିଡିଏ ଜମି ନୁହେଁ ସବୁଠି ଦୁର୍ନୀତି କାୟା ମେଲାଇଲାଣି କହି କଟାକ୍ଷ କରିଛନ୍ତି ବିରୋଧୀ ।
ସିଡିଏର ବହୁମୂଲ୍ୟ ଜମିକୁ ଶାଗମାଛ ଦରରେ ଆବଣ୍ଟନ କରାଯିବାକୁ ନେଇ ବଢ଼ୁଛି ସନ୍ଦେହ। କେଉଁ ପରିସ୍ଥିତିରେ ନିର୍ଦ୍ଧିଷ୍ଟ ସଂସ୍ଥାକୁ ସୁହାଇଲା ଭଳି ଟେଣ୍ଡର ନିୟମକୁ ଅଣଦେଖା କରାଯାଇଥିଲା। ଶହେ କୋଟି ମୂଲ୍ୟର ଜମିକୁ ମାତ୍ର ୩କୋଟି ଟଙ୍କାରେ ଟେକି ଦେବାକୁ ମସୁଧା ହେଲା । ଏହାକୁ ନେଇ ତଦନ୍ତ ଦାବି ତେଜିବା ପରେ ମୁହଁ ଖୋଲିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । କିନ୍ତୁ ମନ୍ତ୍ରୀଙ୍କ ଦୁଇ ପ୍ରକାର କଥାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ଗୋଟିଏ ପଟେ କହିଛନ୍ତି, ତଦନ୍ତ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲା ପରେ ଯାହା ହେବ । ଅନ୍ୟପଟେ କହିଛନ୍ତି, ସେମିତି କିଛି କରାଯାଇନି, ପିପିପି ମୋଡ୍ରେ ଜମି ଦିଆଯାଇଛି ।
ଅଧିକ ପଢନ୍ତୁ: ସିଡିଏ ଜମି କେଳେଙ୍କାରୀକୁ ନେଇ ତେଜିଲା ତଦନ୍ତ ଦାବି, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ କହିଲେ ଏହି ଦୁଇ ବିଧାୟକ
ଜମି ଜାଲିଆତିକୁ ନେଇ ସାରାରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିବାବେଳେ, ସିଡିଏ ସଚିବଙ୍କ ଅଜବ ଯୁକ୍ତି ସନ୍ଦେହକୁ ବଢ଼ାଇ ଦେଇଛି । ସତ ପଚାରିବାରୁ ଚିଡିଯାଇ ବୁମ୍ ଠେଲି ଦେବା ସହ କହିଥିଲେ ଆରଟିଆଇରେ ତଥ୍ୟ ମାଗନ୍ତୁ । ସଚିବଙ୍କ ଏଭଳି ଯୁକ୍ତିକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ବିଜେଡି ନେତା ସନ୍ତୃପ୍ତ ମିଶ୍ର କହିଛନ୍ତି, କେବଳ ସିଡିଏ ନୁହେଁ, ସବୁଠି ଚାଲିଛି ଦୁର୍ନୀତି । କଂଗ୍ରେସ ବି କଟାକ୍ଷ କରିଛି । ସତ ପଦାକୁ ନଆସିଲେ ଆଗାମୀ ଦିନରେ ସିଡିଏ ଘେରାଉ ଚେତାବନୀ ଦେଇଛି ।
ସିଡିଏ ଜମିକୁ ଜାଲିଆତି କରି ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଟେକି ଦେବା ଅଭିଯୋଗ ଆସିବା ପରେ, କଟକ ଉନ୍ନୟନ କର୍ତ୍ତୃପକ୍ଷର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠିଛି । କାହା ସ୍ବାର୍ଥରେ ଏତେ ମୂଲ୍ୟବାନ ଜମିକୁ ଟେକିଦେଲେ ସିଡିଏ କର୍ତ୍ତୃପକ୍ଷ? ଟେଣ୍ଡର ନିୟମକୁ କାହିଁକି ଅଣଦେଖା କରାଯାଇଛି? କର୍ତ୍ତୃପକ୍ଷଙ୍କ ବିରୋଧରେ କାହିଁକି ହେବନି କାର୍ଯ୍ୟାନୁଷ୍ଠାନ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/01/23/cuttack-cda-2026-01-23-19-40-40.jpg)