କନକ ବ୍ୟୁରୋ: ପ୍ରଥମେ ପ୍ରାକୃତିକ ଦୁର୍ବିପାକ ପରେ ମଣ୍ଡି । ସେତିକିରେ ଦୁଃଖ ସରିଲାନି ମିଲର ଧାନ କିଣି ନେଲା ପରେ ବି ଚାଷୀର ପରିଶ୍ରମକୁ ପାଉଣା ମିଳୁନି । ଖୋଲା ପଡିଆରେ ପଡ଼ିଛି ଧାନ । ସରକାରୀ ନିୟମକୁ ଦଳି ମକଚି ଚାଷୀଙ୍କୁ ସୂତା ଅଖା ନଦେଇ ଜରି ଆଖାରେ ଧାନ ରଖିଛନ୍ତି ମିଲର।
ଖୋଲା ଆକାଶ ତଳେ ଶହ ଶହ ବସ୍ତା ଧାନ। ଏ କେଉଁ ମଣ୍ଡି ନୁହେଁ, ଖଲ୍ଲିକୋଟ ବ୍ଲକ ଡେଙ୍ଗପଦରରେ ଥିବା ସରକାରୀ ଅନୁମୋଦନପ୍ରାପ୍ତ ରାଇସ ମିଲ୍ର ଦୃଶ୍ୟ । ମଣ୍ଡିରୁ ଧାନ କିଣି ନେଇ ଶୀତ, କାକରରେ ଏମିତି ଧାନକୁ ବାହାରେ ପକାଇଦେଇଛନ୍ତି। ଧାନ ଉପରେ ପାଲ ମଧ୍ୟ ଘୋଡ଼ ଯାଇନି। ପ୍ରତି ସୂତାଅଖା ପିଛା ସରକାରଙ୍କଠାରୁ ୧୩ ଟଙ୍କା ନେଉଛନ୍ତି ମିଲର୍ । କିନ୍ତୁ ଏଠାରେ ଚାଷୀଙ୍କୁ ମିଲର୍ ସୂତାଅଖା ଦେଉନାହାନ୍ତି, ଆଉ ଜରି ଅଖାରେ ଦେଲେ ଧାନ ନେଉନି । ଯାହା ଏକ ବିଡ଼ମ୍ବନାର ବିଷୟ ପାଲଟିଛି। ଅନ୍ୟପଟେ କ୍ବିଣ୍ଟାଲ୍ ପିଛା ୫ କେଜି ଧାନ ମିଲର୍ ନେଉଥିବା ଅଭିଯୋଗ କରିଛନ୍ତି ଚାଷୀ ।
ଅଧିକ ପଢନ୍ତୁ: ମଣ୍ଡିରେ ସରକାରୀ ନିୟମକୁ ଫୁ’! ଶୋଷଣର ଶିକାର ହେଉଛନ୍ତି ଚାଷୀ!
ଧାନ ମିଲ୍ରେ ଚାଉଳ ହେଲେ ଲୋକଙ୍କୁ ଦିଆଯିବ। ହେଲେ ଜରି ଅଖା ହୋଇଥିବାରୁ ଅଖା ଫାଟି ଧାନ ନଷ୍ଟ ହେଉଛି। ଏହି ମିଲ୍ ଖଲ୍ଲିକୋଟ ଓ ବେଗୁନିଆପଡ଼ା ଅଞ୍ଚଳରୁ ଧାନ ଉଠାଉଥିବା ବେଳେ ସବୁଠି ସରକାରୀ ନିୟମକୁ ଉଲ୍ଲଂଘନ କରି ଜରି ଅଖାରେ ଧାନ ଉଠାଉଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସୂତା ଅଖା ମିଳୁନି, ଚାଷୀ ବି ତରବରରେ ଧାନ ଦେଉଥିବାରୁ ଅଖା ଯୋଗାଇ ହେଉନାହିଁ ବୋଲି କହିଛନ୍ତି ମିଲ୍ ମାଲିକ । ସରକାର ଚାଷୀଙ୍କ ହିତ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ମିଲର ଓ ଯୋଗାଣ ଅଧିକାରୀଙ୍କ ଅବହେଳା ପାଇଁ ଚାଷୀଙ୍କ ବଦଳରେ ମିଲର୍ ଲାଭବାନ ହେଉଥିବା ଅଭିଯୋଗ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/26/mandi-2026-01-26-18-41-40.jpg)