କନକ ବ୍ୟୁରୋ : ସରୁନି ମଣ୍ଡି ଟେନସନ୍। ସପ୍ତାହେ ହେଲା ମଣ୍ଡିରେ ଧାନ ପଡ଼ିଥିଲେ ବି ଉଠିପାରୁନି। ଯାହାର ପ୍ରତିବାଦରେ ମଣ୍ଡିରେ ତାଲା ପକାଇଲେ ଚାଷୀ। ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଦେଓଗାଁ ବ୍ଲକ୍ରେ। ଦେଓଗାଁ ଉପରଝରରେ ପ୍ରାଥମିକ କୃଷି ସମବାୟ ସମିତି ଖୋଲିଥିବା ବେଳେ ଧାନ ମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ସପ୍ତାହେ ହେଲା ଧାନ ପଡ଼ିଥିଲେ ବି ଉଠିପାରୁନି। ମଣ୍ଡିରେ ପ୍ରାୟ ୪ ହଜାର ବସ୍ତା ଧାନ ପଡ଼ିରହିଛି। ଏହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ତେବେ ମିଲର ଶୀଘ୍ର ଗାଡ଼ି ପଠାଇବା ନେଇ ପେକ୍ସ ସମ୍ପାଦକ ସୂଚନା ଦେବା ପରେ ଚାଷୀମାନେ ତାଲା ଖୋଲିଛନ୍ତି।
ମିଲରଙ୍କ ମନମାନି, ସପ୍ତାହେ ହେଲା ମଣ୍ଡିରୁ ଉଠିପାରୁନି ଧାନ , କ୍ଷୁବ୍ଧ ହୋଇ ମଣ୍ଡିରେ ପକାଇଲେ ତାଲା ଚାକ୍ଷୀ
ସପ୍ତାହେ ହେଲା ମଣ୍ଡିରେ ଧାନ ପଡ଼ିଥିଲେ ବି ଉଠିପାରୁନି। ଯାହାର ପ୍ରତିବାଦରେ ମଣ୍ଡିରେ ତାଲା ପକାଇଲେ ଚାଷୀ। ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଦେଓଗାଁ ବ୍ଲକ୍ରେ। ଦେଓଗାଁ ଉପରଝରରେ ପ୍ରାଥମିକ କୃଷି ସମବାୟ ସମିତି ଖୋଲିଥିବା ବେଳେ ଧାନ ମଣ୍ଡିରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି।
/kanak/media/media_files/2026/01/18/paddy-in-mandi-2026-01-18-14-10-03.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)