କନକ ବ୍ୟୁରୋ: ଦୀର୍ଘ ୧୪ ବର୍ଷ ପରେ ଆର୍ଜେଣ୍ଟିନାର ପ୍ରସିଦ୍ଧ ଫୁଟବଲର୍ ଲିୟୋନଲ୍ ମେସି ୩ ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ତାଙ୍କ ଭାରତ ଗସ୍ତର ଆରମ୍ଭ City Of Joy ବୋଲାଉଥିବା କୋଲକାତାରୁ ହୋଇଥିଲା । ମେସି ମିଳିତ ଜାତିସଂଘ ଶିଶୁ ପାଣ୍ଠି UNICEF ର ବ୍ରାଣ୍ଡ୍ ଆମ୍ବାସାଡର ଥିବାବେଳେ ବର୍ତ୍ତମାନ ‘GOAT India’ ର ଟୁରର ପରିଚାଳନା କରୁଛନ୍ତି । ଭାରତ ଗସ୍ତ ସମୟରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମ ପରିଦର୍ଶନ କରିଥିଲେ ମେସି । ଯେଉଁଠାରେ ପ୍ରଶଂସକମାନେ ସକାଳରୁ ଫୁଟବଲ୍ ଜଗତର ସୁପରଷ୍ଟାରଙ୍କ ଏକ ଝଲକ ଦେଖିବା ପାଇଁ ଅପେକ୍ଷା କରିଥିଲେ । କିନ୍ତୁ ଏହି ସମୟରେ ଷ୍ଟାଡିୟମରେ ଏକ ବଡ଼ ହଙ୍ଗାମା ଆରମ୍ଭ ହୋଇଯାଇଥିଲା ।
ସଲ୍ଟ ଲେକ୍ ଷ୍ଟାଡିୟମରେ ମେସିଙ୍କ ପ୍ରଶଂସକମାନଙ୍କ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା । କିନ୍ତୁ ଏହି ସମୟରେ ଫ୍ୟାନ୍ସ ହଙ୍ଗାମା ମଧ୍ୟ କରିଥିଲେ । ଫୁଟବଲରଙ୍କ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସ ଷ୍ଟାଡିୟମର ବ୍ୟାରିକେଡ ଉପରକୁ ମଧ୍ୟ ଚଢ଼ିବାକୁ ଚେଷ୍ଟା କରିଥିଲେ । ଏହାପରେ ମେସିଙ୍କୁ ଦେଖିବା ପାଇଁ ୧୦ ରୁ ୧୨ ହଜାର ଟଙ୍କା ଖର୍ଚ୍ଚ କରି ଆସିଥିବା ଫ୍ୟାନ୍ସ ହଠାତ୍ ରାଗି ଉଠିଥିଲେ ଏବଂ ଷ୍ଟାଡିୟମରେ ଚେୟାର୍ ଫୋପାଡ଼ିବା ଆରମ୍ଭ କରିଦେଇଥିଲେ ।
ଆହୁରି ପଢ଼ନ୍ତୁ... ଫିଲ୍ମ କହିଦେଲା ସତ ; ଜଣାପଡ଼ିଲା ମେଜର ମୋହିତଙ୍କ ପରିବାରର କଷ୍ଟ
ଏହି ସମୟରେ ଷ୍ଟାଡିୟମ ଭିତରକୁ ପାଣି ବୋତଲ ମଧ୍ୟ ଫୋପଡ଼ାଗଲା । ରିପୋର୍ଟ ମୁତାବକ ଷ୍ଟାଡିୟମର ଖରାପ ବ୍ୟବସ୍ଥା ଏବଂ ମେସିଙ୍କୁ ନ ଦେଖିବାର ରାଗ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା । ଫୁଟବଲର୍ ମେସିଙ୍କୁ ନେତା ଓ ମନ୍ତ୍ରୀ ଘେରି ରହିଥିଲେ ତେଣୁ ତାଙ୍କୁ ଦେଖିହେଲାନି ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ ଲୋକ। ରିପୋର୍ଟ ମୁତାବକ ମେସିଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଦର୍ଶକ ଉତ୍ତ୍ୟକ୍ତ ହେଲେ ଏବଂ ଷ୍ଟାଡିୟମର ପରିସ୍ଥିତି ଶୀଘ୍ର ବିଗିଡ଼ି ଯାଇଥିଲା । ଯାହା ଫଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଗଲା ।
ଅନ୍ୟ ଭିଆଇପିଙ୍କ ସହ ମେସି ଯେତେବେଳେ ଷ୍ଟାଡିୟମ୍ ଛାଡ଼ିଲେ ସେତେବେଳେ ସ୍ଥିତି ଆହୁରି ବିଗିଡ଼ିଗଲା । ରିପୋର୍ଟ ଅନୁସାରେ ମେସି ୧୦ ମିନିଟରୁ କମ୍ ସମୟ ଷ୍ଟାଡିୟମରେ ରହିଥିଲେ । ପ୍ରସିଦ୍ଧ ଫୁଟବଲରଙ୍କ ଗୋଟିଏ ଝଲକ ଦେଖିବାକୁ ହଜାର ହଜାର ଟଙ୍କା ଦେଇ ସକାଳୁ ଅପେକ୍ଷା କରିଥିବା ପ୍ରଶଂସକ ନିରାଶ ହୋଇଥିଲେ । ଯାହା ଫଳରେ ସ୍ଥିତି ଅଣାୟତ୍ତ ହେଲା । ଯେତେବେଳେ ଇଭେଣ୍ଟ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା ଦର୍ଶକ ଷ୍ଟାଡିୟମ୍ ସାରା ଜୋରରେ ଗାଳି ଗୁଲଜ କରି ଉତ୍ତେଜିତ ହେଲେ । ତା’ପରେ ପଡ଼ିଆର ତଳ ସ୍ତର ପାଖରେ ଥିବା ବ୍ୟାରିକେଡ୍ ଭାଙ୍ଗି ଆରେନାରେ ପ୍ରବେଶ କଲେ । ଆଉ ତା’ପରେ ଆରମ୍ଭ ହୋଇଗଲା ଭଙ୍ଗାରୁଜା ଓ ମାଡ଼ଗୋଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/13/messi1-2025-12-13-17-33-19.png)