କନକ ବ୍ୟୁରୋ : ‘ଯାହାର ପୁଅ ସହିଦ ହୋଇଯାଏ ତାଙ୍କ ବାପା, ମା’ଙ୍କୁ ବି ମାରିଦେବା ଉଚିତ । ଯେଉଁ ପୁଅକୁ ପାଳିପୋଷି ବଡ଼ କଲୁ , ଯୋଗ୍ୟ କଲୁ ଦେଶସେବା ପାଇଁ ଛାଡ଼ିଲୁ , ସେ ସହିଦ ହୋଇଯିବା ପରେ ଆମ ଦୁଃଖ ଅସହ୍ୟ । ପୁଅକୁ ହରେଇବାର କଷ୍ଟ ସହ ବୋହୂର ବ୍ୟବହାର ଅତିଷ୍ଠ କରୁଛି । ଲୁହ ଝରାଇବାରେ ଆମ ଦିନ ଯାଉଛି । ଆମ ପାଇଁ କେହି ନାହିଁ , ନା ବୋହୂ ପଚାରିଲା ନା ସରକାର । ଆମକୁ ମେଡିକାଲ ସୁବିଧା ବି ମିଳୁନି । ଆମ ପୁଅ ଅଶୋକ ଚକ୍ର ବିଜେତା ହୋଇ ବି ଆମେ ଅବହେଳିତ’...ଏକଥା କହି କାନ୍ଦି ପକାଉଥିଲେ ସହିଦ ମେଜର ମୋହିତ ଶର୍ମାଙ୍କ ମା’ ସୁଶୀଲା ଶର୍ମା । ଧୁରନ୍ଧର ମୁଭିକୁ ତାଙ୍କ ପୁଅ ମୋହିତ ଶର୍ମାଙ୍କ ଜୀବନୀ ଉପରେ ହୋଇଛି । କିନ୍ତୁ ରିଲିଜ୍ ପୂର୍ବରୁ ତାଙ୍କ ପରିବାରର ଅନୁମତି ନିଆଯାଇନାହିଁ ବୋଲି ଅଭିଯୋଗ କରି କୋର୍ଟର ଦ୍ବାରସ୍ଥ ହୋଇଥିଲେ ସହିଦ ମେଜର ମୋହିତ ଶର୍ମାଙ୍କ ବାପା, ମା’ ।  କୋର୍ଟକୁ ଏହି ବିବାଦର ସମାଧାନର ଦାୟିତ୍ବ  ଭାରତୀୟ ସେନାକୁ ଦେବା ସହ ଏହାକୁ ସମୀକ୍ଷା କରିବାକୁ କହିଥିଲେ । ହେଲେ ଏ ଫିଲ୍ମର କାହାଣୀ ମେଜର ମୋହିତଙ୍କ ଜୀବନୀ ସହ ଅନେକାଂଶରେ ମିଶୁଥିଲେ ବି ଏହା ତାଙ୍କର କାହାଣୀ ନୁହେଁ ଏବଂ ଏହାକୁ ରିଲିଜ୍ କରିବାରେ କୌଣସି ସମସ୍ୟା ନାହିଁ ବୋଲି ଗ୍ରୀନ ସିଗ୍ନାଲ ଦେଇଥିଲେ ସେନାଧିକାରୀ ।

Advertisment

ମେଜର ମୋହିତ ଶର୍ମାଙ୍କ କାହାଣୀ ସାହସ, ଉତ୍କର୍ଷ, ଦୃଢ଼ ସମର୍ପଣର ଉଦାହରଣ । ୧୯୭୮ ଜାନୁଆରୀ ୧୩ ତାରିଖରେ ହରିୟାଣାର ରୋହତକରେ ଜନ୍ମଗ୍ରହଣ କରିଥିବା ମୋହିତ ପିଲାବେଳୁ ଭାରି ହୋମସିକ୍ ଥିଲେ । କିନ୍ତୁ ସମୟ ଏମିତି ଆସିଲା ଦେଶ ପାଇଁ ଘରଠାରୁ ଅନେକ ଦୂରରେ ଦେଶ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ । ପାଠପଢ଼ାରେ ଯେତିକି ଧୁରନ୍ଧର ଥିଲେ ସଙ୍ଗୀତରେ ବି ତାଙ୍କର ସେତିକି ରୁଚି ଥିଲା । ଜଣେ ଭଲ ଗିଟାର ବାଦକ ଥିଲେ । ଖାଲି ସେତିକି ନୁହେଁ ନୂଆ ନୂଆ ବାଦ୍ୟଯନ୍ତ୍ର ବଜାଇବାକୁ ସେ ଚ୍ୟାଲେଞ୍ଜ ରୁପେ ନେଉଥିଲେ । ସ୍କୁଲ ଶିକ୍ଷା ଶେଷ ପରେ ଇଞ୍ଜିନିୟରିଙ୍ଗ , ତାପରେ ଏନଡିଏରେ ଯୋଗ ଦେଲେ । ଟେନିଂ ଶେଷ ପରେ ଭାରତୀୟ ଭିଲିଟାରୀ ଏକାଡେମୀରୁ ଉତ୍ତୀର୍ଣ୍ଣ ହେଲେ । ମାଡ୍ରାସରେ ତାଙ୍କର ପୋଷ୍ଟିଂ ହୋଇଥିଲା । ଏବଂ ପରେ କାଣୀରରେ ୩୮ ରାଷ୍ଟ୍ରୀୟ ରାଇଫଲ୍ସରେ କାଉଣ୍ଟର- ଇନସର୍ଜେନ୍ସ ଅପରେସନରେ ସେବା ଦେଲେ ।

ଅଧିକ ପଢ଼ନ୍ତୁ--ଯବାନରୁ ବନିଥିଲେ ଆତଙ୍କୀ: ଦାଢ଼ି ରଖି ହିଜବୁଲ୍ଲା ସୈତାନଙ୍କୁ ଦେଇଥିଲେ ଚକମା

ତାଙ୍କ ଶେଷ ମିସନ ଥିଲା ବିରଳ ବୀରତ୍ବର ଉଦାହରଣ । କୁପୱାଡ଼ାରେ ଅପରେସନ୍ ଚାଲିଥିବାବେଳେ ତାଙ୍କ ଛାତିରେ ବାଜିଥିଲା ଆତଙ୍କୀଙ୍କ ଗୁଳି ବାଜିବା ପରେ ବି ସେ ଲଢ଼େଇ ଜାରି ରଖିଥିଲେ । ଆହତ ଯବାନଙ୍କୁ ଉଦ୍ଧାର କରିବା ସହ ମୁହାଁମୁହିଁ ୪ଜଣ ଆତଙ୍କୀଙ୍କୁ ନିପାତ କରିଥିଲେ । ନିଜ ଟିମ୍କୁ ସୁରକ୍ଷା ଦେବା ପରେ ଆଖି ବୁଜିଥିଲେ ମୋଜର ମୋହିତ । ତାଙ୍କ ଅଦମ୍ୟ ସାହାସ ପାଇଁ ତାଙ୍କୁ ମିଳିଲା ମରଣୋତ୍ତର ଅଶୋକ ଚକ୍ର ସମ୍ମାନ । 

ହେଲେ ସେ ସମ୍ମାନ, ସେନାଠାରୁ ମିଳିଥିବା ସମ୍ପତ୍ତି ସବୁକିଛି ନେଇ ଅଲଗା ହୋଇଗଲେ ପତ୍ନୀ ମେଜର ରିସିମା ଶର୍ମା । ଏବେ ମେଜରଙ୍କ ବାପା, ମାଆଙ୍କ ଆଖିରେ ଲୁହ ଆଉ ଲୁହ । ତେଣୁ ପୁଅ ସହିତ ହୋଇଯିବା ପରେ ସେନା ପକ୍ଷରୁ ମିଳୁଥିବା କ୍ଷତିପୂରଣ ବା ସହାୟତା ରାଶିକୁ ଉଭୟ ବାପା, ମା’, ପତ୍ନୀ ଓ ପିଲାମାନଙ୍କ ମଧ୍ୟରେ ଭାଗ କରିବାକୁ ନେଇ ଆଇନ ଆଣିବାକୁ ଦାବି କରିଛନ୍ତି ଶର୍ମିଲା ଦେବୀ ।