Photograph: (kanaknews)
କନକ ବ୍ୟୁରୋ : ଯାଜପୁର ଜିଲ୍ଲପାଳ ଅମ୍ବର କୁମାର କରଙ୍କ ନିର୍ଦେଶ କ୍ରମେ ଦଶରଥପୁର ବ୍ଲକ ପାଲଟପୁର ପଞ୍ଚାୟତରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଏବଂ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଉଦ୍ୟମରେ ଏହି ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍ଓ ଡାକ୍ତର ରମେଶ ଚନ୍ଦ୍ର ମଲିକ ଯୋଗଦେଇ ଶିବିରଟିକୁ ଉଦଘାଟନ କରିଥିଲେ ।
ଅଧିକ ପଢନ୍ତୁ : ମଣ୍ଡିରୁ ଉଠୁନି ଧାନ : ସାଂସଦଙ୍କ ଉଦଘାଟନ ଫଳକ ଭାଙ୍ଗି ପ୍ରତିବାଦ ଜଣାଇଲେ କଂଗ୍ରେସ ନେତା...
ଏହି ସ୍ବାସ୍ଥ୍ୟ ଶିବିରରେ ୨୫୮ ଜଣ ଲୋକ ବିଭିନ୍ନ ରୋଗ ପାଇଁ ଚିକିତ୍ସା ହୋଇଥିଲେ। ବିଭିନ୍ନ ପରୀକ୍ଷା କରାଯିବା ସହିତ ଔଷଧ ପ୍ରଦାନ କରାଯାଇଥିଲା । ପାଲଟପୁର ପଞ୍ଚାୟତରେ କ୍ୟାନ୍ସର ଓ କୀଡ଼ନି ରୋଗରେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୧୫୦ ଲୋକଙ୍କର ମୃତ୍ୟୁ ହୋଇଛି । ୨୦ ରୁ ଅଧିକ ଲୋକ ବର୍ତ୍ତମାନ ଆକ୍ରାନ୍ତ ଅଛନ୍ତି । ଏହି ଖବର ପ୍ରଥମେ ସମ୍ବାଦ ଖବର କାଗଜରେ ପ୍ରକାଶିତ ହେବା ପରେ ଜିଲ୍ଲା ଏବଂ ରାଜ୍ୟ ପ୍ରଶାସନ ତତ୍ପରତା ଦେଖାଇଥିଲେ ।
Follow Us