କନକ ବ୍ୟୁରୋ : ୬କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା। ନିର୍ମାଣ ସରିବାର ପ୍ରାୟ ୨ବର୍ଷରୁ ଅଧିକ ସମୟ ବିତିଲାଣି। ହେଲେ ଉଦଘାଟନ ହୋଇପାରୁନି ଅତ୍ୟାଧୁନିକ ବାରବାଟୀ ଫୁଡ୍‌ କୋର୍ଟ। ଏହାକୁ ତୁରନ୍ତ ଉଦଘାଟନ କରି ଦୋକାନୀଙ୍କୁ ଆବଣ୍ଟନ କରାନଗଲେ, ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ବିରୋଧୀ କଂଗ୍ରେସ।  

Advertisment

କଟକ ମହାନଗର ନିଗମ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍‌ ନିକଟରେ ତିଆରି ହୋଇଛି କଟକର ପ୍ରଥମ ଅତ୍ୟାଧୁନିକ ଫୁଡ୍ କୋର୍ଟ। ୬କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫୁଡ୍‌ କୋର୍ଟ କାମ ପ୍ରାୟ ୨ବର୍ଷ ହେଲା ସରିଲାଣି। ହେଲେ ଏଯାଏ ଉଦଘାଟନ ହୋଇପାରୁନି। ଫଳରେ ଦୋକାନୀଙ୍କୁ ଘର ଦିଆଯାଇ ପାରୁନି। ଏହାକୁ ନେଇ କଟକ କଂଗ୍ରେସ ପକ୍ଷରୁ କିଛିଦିନ ତଳେ ଆନ୍ଦୋଳନ କରାଯାଇଥିଲା। ଏଥିସହ ସିଏମସି କମିସନରଙ୍କୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଏକ ମାସ ଭିତରେ ଫୁଡ୍‌ କୋର୍ଟ ଉଦଘାଟନ ହୋଇ ଦୋକାନୀମାନଙ୍କୁ ଦିଆନଗଲେ, ବଡ଼ ଧରଣର ଆନ୍ଦୋଳନ ଚେତାବନୀ ଦେଇଛି ନଗର କଂଗ୍ରେସ। 

ଅଧିକ ପଢ଼ନ୍ତୁ :ବାରବାଟୀ ଷ୍ଟାଡିୟମର ହେବ ପୁନରୁଦ୍ଧାର; ହେବ ୫୦ ହଜାର ଦର୍ଶକ ବସିବା ଭଳି ବ୍ୟବସ୍ଥା

 ୨୦୨୩ ମସିହାରେ ବାରବାଟୀ ଷ୍ଟାଡିୟମ ସମ୍ମୁଖ ପଡ଼ିଆରେ ଫୁଡ୍ କୋର୍ଟ ନିର୍ମାଣ ଆରମ୍ଭ ହୋଇଥିଲା। ଏଥିରେ ୪୦ଟି ଦୋକାନ ଘର ରହିଛି। ଏଥିସହ ଆକର୍ଷଣୀୟ ପରିବେଶ ଖାଦ୍ୟପ୍ରେମୀଙ୍କୁ ଆକୃଷ୍ଟ କରିବା ବୋଲି ଆଶା କରାଯାଉଥିଲା। କିନ୍ତୁ ଦୁଃଖର ବିଷୟ ଏହା କେବେ ଖୋଲିବ ସେ ନେଇ କାହା ପାଖରେ ଉତ୍ତର ନାହିଁ।  କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଫୁଡ୍ କୋର୍ଟ କେବେ ଖୋଲିବ ଏବଂ ସାଧାରଣ ଲୋକଙ୍କ ବ୍ୟବହାରରେ ଲାଗିବ ତାକୁ ହିଁ ଅପେକ୍ଷା।