କନକ ବ୍ୟୁରୋ: ବିହାର ବିଧାନସଭାର ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। ଭୋଟ ଦେଇ ନେତା ବାଛିବେ ଜନତା । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ମତଦାନ ଗ୍ରହଣ ହେବ । ସକାଳ ୯ଟା ପର୍ଯ୍ୟନ୍ତ ୧୩.୧୩ ପ୍ରତିଶତ ଭୋଟିଙ୍ଗ ହୋଇଛି । କୁହାଯାଉଛି ପ୍ରଥମ ପର୍ଯ୍ୟାୟ ଭୋଟର ଫଳାଫଳ ବିହାର ଜନାଦେଶକୁ ନିର୍ଣ୍ଣାୟକ ମୋଡ ଦେବ । ତେଣୁ ପ୍ରଥମ ପର୍ଯ୍ୟାୟ ଭୋଟରେ ଏନଡିଏ ଓ ମହାମେଣ୍ଟ ପାଇଁ ଅଗ୍ନିପରୀକ୍ଷା ବୋଲି କୁହାଯାଉଛି । ବିହାର ଜନତା କାହା ହାତରେ ଶାସନ ଡୋରି ଦେବେ ତାହା ଉପରେ ସାରା ଦେଶର ନଜର ରହିଛି ।
ସକାଳ ୭ଟାରୁ ଆରମ୍ଭ ହୋଇଛିମତ ଦାନ ପ୍ରକ୍ରିୟା । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ। ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କ ଭିତରେ ହେଭିୱେଟ୍ଙ୍କୁ ବି ଦେଖିବାକୁ ମିଳୁଛି। ପ୍ରଥମ ପର୍ଯ୍ୟାୟରେ ୧୮ ଜିଲ୍ଲାର ୧୨୧ଟି ଆସନରେ ପଡ଼ିବ ଭୋଟ । ୪୫ ହଜାରରୁ ଅଧିକ ମତଦାନ କେନ୍ଦ୍ରରେ ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୩ କୋଟି ୭୫ ଲକ୍ଷ ଭୋଟର । ସେମାନଙ୍କ ମଧ୍ୟରେ ୧କୋଟି ୯୮ ଲକ୍ଷ ପୁରୁଷ ଓ ୧ କୋଟି ୭୬ ଲକ୍ଷ ମହିଳା ଭୋଟର ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୧୩୧୪ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।
ଅଧିକ ପଢନ୍ତୁ : ବିହାର ନିର୍ବାଚନ: ନିଜ ନିଜ ଭିତରେ ମହାମେଣ୍ଟର ଲଢ଼େଇ
ସେଥିରେ ରହିଛନ୍ତି ୧୨୨ ଜଣ ମହିଳା ପ୍ରାର୍ଥୀ । ହେଭିୱେଟ ନେତାଙ୍କ ମଧ୍ୟରେ ରହିଛନ୍ତି, ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ୧୪ ଜଣ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ପ୍ରଥମ ପର୍ଯ୍ୟାୟ ମତଦାନର ବେଶ ଗୁରୁତ୍ୱ ରହିଛି । କାରଣ ଏହି ପର୍ଯ୍ୟାୟରେ ଯାହା ପଲା ଭାରି ରହିବ, ବିହାର ଜନାଦେଶ ତା ସପକ୍ଷରେ ଯିବ ବୋଲି ସମୀକ୍ଷକ କହୁଛନ୍ତି । ସମସ୍ତ ମତଦାନ କେନ୍ଦ୍ର ପ୍ରସ୍ତୁତ ରହିଥିବା ବେଳେ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ଭୋଟଦାନ ପ୍ରକ୍ରିୟାର ଲାଇଭ ୱେବକାଷ୍ଟିଂ ସହ ସିସିଟିଭି ସର୍ଭିଲାନ୍ସ ଜରିଆରେ ନଜର ରଖିବେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ । ବିହାର ସୀମାନ୍ତ ସମସ୍ତ ରାସ୍ତାକୁ ସିଲ୍ କରାଯାଇ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/06/bihar-assembly-election-2025-11-06-09-46-56.jpg)