କନକ ବ୍ୟୁରୋ : ଭିଓ-ହରିୟାଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶରେ ହୋଇଛି ଭୋଟ ଚୋରି । ହରିୟାଣାରେ ୨୫ଲକ୍ଷ ଭୋଟ ଚୋରି ସହ ବିଦେଶୀ ନାଗରିକ ମଧ୍ୟ ଦେଇଛନ୍ତି ଭୋଟ । କେବଳ, ସେତିକି ନୁହେଁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫ଲକ୍ଷରୁ ଅଧିକ ନକଲି ଭୋଟର । ଏଭଳି କିଛି ସାଂଘାତିକ ଅଭିଯୋଗ ସହ ଆଜି ଦିଲ୍ଲୀରେ ଏଚ ଫାଇଲ୍ସ ଖୋଲିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏହା ମାଧ୍ୟମରେ ସେ ପୁଣି ଥରେ ଭୋଟ ଚୋରି ପ୍ରସଙ୍ଗ ଉଠାଇଛନ୍ତି । ହରିୟାଣାରେ କଂଗ୍ରେସ ହାରିବା ପଛରେ ଭୋଟ୍ ଚୋରି ଏକ ବଡ଼ କାରଣ ଥିଲା ବୋଲି ଦାବି କରିବା ସହ ଏହାପାଇଁ ସିଧା ନିର୍ବାଚନ କମିଶନ ଓ ବିଜେପିକୁ ଦାୟୀ କରିଛନ୍ତି । ତେବେ ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବିଜେପି ଓ ନିର୍ବାଚନ କମିଶନର ।
ଚୌଦ୍ୱାର ଜେଲ ସୁରକ୍ଷା ବ୍ୟବସ୍ଥାରେ ଆସୁନି ସୁଧାର, ବାରମ୍ବାର ଘଟୁଛି ଅଘଟଣ, ତଥାପି ଚେତୁନାହାନ୍ତି କର୍ତ୍ତୁପକ୍ଷ
ବିହାର ବିଧାନସଭା ନିର୍ବାଚନର ଠିକ ଦିନକ ପୂର୍ବରୁ ରାହୁଲ ପୁଣି ଭୋଟ ଚୋରି ପ୍ରସଙ୍ଗ ଉଠାଇ ରାଜନୈତିକ ସ୍ତରରେ ହଟଚମଟ ସୃଷ୍ଟି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/05/rahul-2025-11-05-21-30-33.jpg)