କନକ ବ୍ୟୁରୋ: ଭୋଟ ପୂର୍ବରୁ ମାମୁଘର କହି ନୂଆପଡ଼ାବାସୀଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ସେ କହିବା ବି ସ୍ବାଭାବିକ, କାରଣ ମାମୁ ଘର ନାଁ ଶୁଣିଲେ ସମସ୍ତଙ୍କ ମନରେ କୌତୁହଳ ଖେଳିଯାଏ, ମାମୁ ଘରେ ଭଣଜା-ଭାଣିଜୀ ମାନେ ଅଧିକ ଗେଲ ବସର ହୋଇଥାନ୍ତି । ତାଙ୍କର ସବୁ ଡିମାଣ୍ଡ ମାମୁ, ମାଇଁ, ଅଜା ଆଇ ସଭିଏଁ ମିଳିମିଶି ପୂରା କରିଥାନ୍ତି । ହେଲେ ସ୍ନେହାଙ୍ଗିନୀଙ୍କ କ୍ଷେତ୍ରରେ ସେଭଳି କିଛି ବି ହେଲାନି । ନା ମାମୁ ଘରେ ଡିମାଣ୍ଡ ପୂରଣ ହେଲା ନା ସେହ୍ନଟିକେ ମିଳିଲା । ପୂରା ପର କରିଦେଲେ ମାମୁ ଘର ଲୋକେ ।
ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ: କହିଲେ, ‘ଏନଡିଏ ଜନତା ଜନାର୍ଦ୍ଧନଙ୍କ ସେବକ’
ନୂଆପଡ଼ା ଉପନିର୍ବାଚନ ଫାଇଟ୍ ପାଇଁ ନୂଆପଡ଼ାର ଭାଣିଜୀକୁ ବାଛିଥିଲେ ନବୀନ । ହଁ ଉପନିର୍ବାଚନ ପୂର୍ବରୁ ସ୍ନେହାଙ୍ଗିନୀଙ୍କ ମାମୁ ଘର ନୂଆପଡ଼ା ବୋଲି ନୂଆପଡ଼ାର ଅଧିକ ଭୋଟରଙ୍କୁ ଜଣାନଥିବା ଚର୍ଚ୍ଚା ହେଉଛି । କାରଣ ଭାଣିଜୀ ହେଉ ଅବା ଭଣଜା ବଡ଼ ହେବା ପରେ ମାମୁ ଘରକୁ ବୁଲିଯିବା କାଁ ଭାଁ ହୋଇଥାଏ । ହୁଏ ତ ସେଥିପାଇଁ ଭାଣିଜୀକୁ ଭଲ ପାଇବା ଦେଲେନି ମାମୁ ଘର ଲୋକେ । ୨୦୨୪ ନୂଆପଡ଼ା ପରୀକ୍ଷାରେ ଫାଷ୍ଟ୍ କ୍ଲାସ୍ ପାଇଥିବା ବିଜେଡି ଏଥର କିନ୍ତୁ ଥାର୍ଡ ଡିଭିଜନ୍ ରଖିଛି । ହଁ ସ୍ନେହାଙ୍ଗିନୀଙ୍କୁ ଟିକେ କମ୍ ସ୍ନେହ ମିଳିଛି, ଯାହା ୩୮ ହଜାର ୪୦୮ ଖଣ୍ଡ ଭୋଟ ବୟାନ କରୁଛି । ହେଲେ ବି ଯେଉଁ ଭରସା ରଖିଥିଲେ, ମାମୁ ଘର ଲୋକେ ମାନ ବଢ଼ାଇବେ ବୋଲି ତା’ ସ୍ନେହାଙ୍ଗିନୀଙ୍କ ପାଇଁ ସ୍ବପ୍ନରେ ରହିଗଲା ।
ବାପାଙ୍କ ରେକର୍ଡ ଭାଙ୍ଗିଲେ ପୁଅ,ବିଜେପିରେ ମିଶି ପୁଅ ଇତିହାସ ରଚିଲେ
ପଲିଟିକ୍ସ ପଡ଼ିଆରେ ପଦ, ପଦବୀ ଓ ପରିବାର ହୁଏତ ଭୋଟରଙ୍କୁ କାଁ ଭାଁ ପ୍ରଭାବିତ କରିପାରେ । କିନ୍ତୁ ନୂଆପଡ଼ା ନୂଆ ଗଣିତରୁ ସଭିଏଁ ବୁଝିପାରିଥିବେ ଯେ ଆମଦାନୀ ନେତାଙ୍କୁ ନିଜ ଅଞ୍ଚଳର ଦାୟିତ୍ବ ଦେବା ଗ୍ରହଣୀୟ ନୁହେଁ । ସେଥିପାଇଁ ଭାଣିଜୀ ସ୍ନେହାଙ୍ଗିନୀଙ୍କୁ ଅଳ୍ପ ସ୍ନେହ ଦେଇ ସନ୍ତୁଷ୍ଟ କରିଦେଇଛନ୍ତି ମାମୁ ଘର ଲୋକେ । ଯଦି ନୂଆପଡ଼ାକୁ ପଲିଟିକ୍ସର ମାମୁ ଘର ଭଳି ଦେଖାଯାଏ, ତା’ହେଲେ ହାର୍ ଜିତ୍ ର ହସ୍ତିନାପୁରରେ ଖାଲି ସଭା ଡାକିଦେଲେ ହେବନି କିମ୍ବା ପୋଷ୍ଟର କି ନିର୍ବାଚନୀ ଫ୍ଲେକ୍ସ ମାରିଦେଲେ ମନ ଜିତିପାରିବେନି । ଏଠି ପ୍ରତିଦ୍ବନ୍ଦିଙ୍କ ଚକ୍ରବ୍ୟୁହକୁ ଭଲ କରି ବୁଝି ପାରିନଥିବାରୁ ଭଲ ଭୋଟ୍ ପାଇଲେନି ସ୍ନେହାଙ୍ଗିନୀ ବୋଲି ଚର୍ଚ୍ଚା ଜୋର ଧରିଛି ।
Follow Us