କନକ ବ୍ୟୁରୋ : ନୂଆପଡ଼ା ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ବିରଳ ରେକର୍ଡ ରଚିଛି ବିଜେପି । ବାପା ରାଜେନ୍ଦ୍ର ଢୋଲକିଆଙ୍କ ରେକର୍ଡ ଭାଙ୍ଗିବା ସହ ଇତିହାସ ରଚି ନୂଆପଡ଼ା ଦଖଲ କରିଛନ୍ତି ଜୟ ଢୋଲକିଆ । ବିରୋଧୀଙ୍କ ସବୁ ପ୍ଲାନକୁ ଚେକ୍ ମେଟ୍ ଦେଇ ନୂଆପଡ଼ାର ନୂଆ ନାୟକ ବନିଛନ୍ତି ଜୟ । 

Advertisment

ଗତ ସାଧାରଣ ନିର୍ବାଚନରେ ଜୟ ଢୋଲକିଆଙ୍କ ବାପା ରାଜେନ୍ଦ୍ର ଢୋଲକିଆ ୬୧ ହଜାର ୮୨୨ ଭୋଟ୍ ପାଇଥିଲେ । ହେଲେ ଉପ ନିର୍ବାଚନରେ ତାଙ୍କ ପୁଅ ଜୟ ଢୋଲକିଆ ବାପାଙ୍କଠୁ ଦୁଇଗୁଣା ଅଧିକ ଭୋଟ୍ ଅର୍ଥାତ୍ ୧ ଲକ୍ଷ ୨୩ ହଜାର ୮୬୯ ଭୋଟ୍ ପାଇ ଇତିହାସ ରଚିଛନ୍ତି । ଏପରିକି ୮୩ ହଜାର ୭୪୮ ଭୋଟ୍ ବ୍ୟବଧାନରେ ଜିତି ବିଜେଡି ଗଡ଼ରେ ‘ପଦ୍ମ’ ଫୁଟାଇଛନ୍ତି ଜୁନିୟର ଢୋଲକିଆ । 

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ:  କହିଲେ,  ‘ଏନଡିଏ ଜନତା ଜନାର୍ଦ୍ଧନଙ୍କ ସେବକ’

ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ରାଜନୀତି ମୈଦାନରେ ନୂଆ ଛାତ୍ର ହେଲେ ବି ବିରୋଧୀଙ୍କ ହେଭିୱେଟ୍ ପ୍ରାର୍ଥୀଙ୍କୁ ଚିତ୍ ପଟାଙ୍ଗ୍ କରିଦେଇଛନ୍ତି । ୨୯ଟି ଯାକ ରାଉଣ୍ଡରେ ଆଗୁଆ ରହି ‘ଶଙ୍ଖ’ ଧ୍ବନିକୁ ବନ୍ଦ କରି ‘ପଦ୍ମ’ ଫୁଟାଇବାରେ ସଫଳ ହୋଇଛନ୍ତି ଜୟ । ହଁ ସିମ୍ପାଥି ଭୋଟ୍, ଶାସକ ଦଳର ପ୍ରାର୍ଥୀ, ଏମିତି ଅନେକ ଫର୍ମୁଲା କାମ ଦେଇଛି କହିଲେ କିଛି ଭୁଲ୍ ହେବନି । କିନ୍ତୁ ପଲିଟିକ୍ସର ପ୍ରଥମ ଶ୍ରେଣୀର ଛାତ୍ରକୁ ନୂଆପଡ଼ାବାସୀ ନାୟକ ବାଛିଛନ୍ତି ତାହାକୁ ଅସ୍ବୀକାର ବି କରିହେବନି । 

ପ୍ରଚଣ୍ଡ ବହୁମତ ହାସଲ କରିବ ଏନ୍‌ଡିଏ ? ପ୍ରତିକ୍ରିୟା ଦେଇ ଏମିତି କହିଲେ ଶାହ

ବଡ଼କଥା ହେଲା ବିଜେଡି ହାତରୁ ନୂଆପଡ଼ା ଆସନ ଗଲାନି ଯେ ‘ଶଙ୍ଖ’ର ସମ୍ମାନ ବି ଚାଲିଯାଇଥିବା ଚର୍ଚ୍ଚା ହେଉଛି । କାରଣ ଅସୁସ୍ଥତା ଭିତରେ ନବୀନ ଦୁଇ ଦୁଇ ଥର ନୂଆପଡ଼ାରେ ପ୍ରଚାର କରିଥିଲେ । ଆମଦାନୀ ପ୍ରାର୍ଥୀ ବୋଲାଉଥିବା ସ୍ନେହାଙ୍ଗିନୀଙ୍କ ପାଇଁ ଭୋଟ୍ ଭିକ୍ଷା ବି କରିଥିଲେ, ବେଇମାନି ହୋଇଥିବା ବି କହିଥିଲେ ନବୀନ କିନ୍ତୁ ସ୍ନେହାଙ୍ଗିନୀଙ୍କୁ ନୂଆପଡ଼ାରେ ସ୍ନେହ ମିଳିଲାନି ବରଂ କଂଗ୍ରେସଠୁ ବି ତଳେ ରହିଛି ଏବେ ବିଜେଡି । ପ୍ରଶ୍ନ ଉଠୁଛି ନବୀନଙ୍କ ମ୍ୟାଜିକ୍ କାମଦେଲାନି ନା, ଆମଦାନୀ ପ୍ରାର୍ଥୀଙ୍କୁ ଆପଣାଇଲେନି ନୂଆପଡ଼ାବାସୀ ।