ସମ୍ବଲପୁରରେ ସେୟାର ମାର୍କେଟ ନାଁରେ ବଡ଼ ଠକେଇ, ରାତା ରାତି ଧୀନ କରିଦେବାକୁ କହି ଲୁଟୁଥିଲା କୋଟି କୋଟି

କେବଳ ସମ୍ବଲପୁର ନୁହେଁ ସାରା ରାଜ୍ୟରେ ଏଭଳି ପ୍ରଲୋଭନ ଦେଇ ଅନେକ ସଂସ୍ଥା ଲୋକମାନଙ୍କୁ ଠକିବାରେ ଲାଗିଛି । ୧୦ ବର୍ଷ ତଳେ ଚିଟଫଣ୍ଡ ଜାଲରେ ପଡ଼ି କୋଟି କୋଟି ଲୋକ ନିଜର ସର୍ବସ୍ୱ ହରାଇବା ପରେ ମଧ୍ୟ ଲୋକଙ୍କ ଭିତରେ ଚେତା ପଶୁନି ।

sambalpur

କନକ ବ୍ୟୁରୋ : ସମ୍ବଲପୁରରେ ସେୟାର ମାର୍କେଟ ନାଁରେ ୫୦ କୋଟିର ବଡ଼ ଠକେଇ, ମାଷ୍ଟରମାଇଣ୍ଡ ବଡ଼ବଜାର ଅଂଚଳର ମଧୁସୂଦନ ବରାଇକୁ ବାନ୍ଧିଲା ପୁଲିସ୍ । ଷ୍ଟକରେ ବିନିୟୋଗ କରି ଅଧିକ ଲାଭର ଥୋପ ଦେଇ ଠକୁଥିଲା ଏକ ନିଦ୍ଦିଷ୍ଟ ସଂସ୍ଥା । ମୋଟ ୫୦ କୋଟି ଟଙ୍କାର ଠକେଇ ହୋଇଥିବା ବେଳେ ଏଥିରୁ ୨୦କୋଟି ଅନଲାଇନ ଟ୍ରାଞ୍ଜିକ୍ସନର ପ୍ରମାଣ ସମ୍ବଲପୁରୁ ପୁଲିସ୍ ହାତରେ ଲାଗିଛି । ୪୭ ଜଣ ପ୍ରାୟ ୨୦କୋଟି ଟଙ୍କା ବିନିଯୋଗଗ କରିଛନ୍ତି । ସରକାରୀ ବାବୁ ବି ଏଥିରେ ନିବେଶ କରିଥିବା ଜଣାପଡିଛି। ଏହି ଠକେଇରେ ମାଷ୍ଟରମାଇଣ୍ଡ ସମ୍ବଲପୁର ବଡ଼ବଜାର ଅଂଚଳର ମଧୁସୂଦନ ବରାଇ, ଯାହାକୁ ପୁଲିସ୍ ବାନ୍ଧିଛି । 

ଅଧିକ ପଢ଼ନ୍ତୁ - ଅଭିଯୋଗ ଶୁଣୁନାହାନ୍ତି ଅଧିକାରୀ; ଦରମା ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

କେବଳ ସମ୍ବଲପୁର ନୁହେଁ ସାରା ରାଜ୍ୟରେ ଏଭଳି ପ୍ରଲୋଭନ ଦେଇ ଅନେକ ସଂସ୍ଥା ଲୋକମାନଙ୍କୁ ଠକିବାରେ ଲାଗିଛି । ୧୦ ବର୍ଷ ତଳେ ଚିଟଫଣ୍ଡ ଜାଲରେ ପଡ଼ି କୋଟି କୋଟି ଲୋକ ନିଜର ସର୍ବସ୍ୱ ହରାଇବା ପରେ ମଧ୍ୟ ଲୋକଙ୍କ ଭିତରେ ଚେତା ପଶୁନି । ସେପଟେ ଚିଟଫଣ୍ଡ ଭଳି ସଂସ୍ଥା କରି ଆଇ ଲୋକଙ୍କୁ ଠକି ହେବନି ବୋଲି ଠକମାନେ ଜାଣିବା ପରେ ଏବେ ଠକେଇର ନୂଆ ମାଧ୍ୟମ ପାଲଟିଛି ସେୟାର ମାର୍କେଟ । ସେୟାର ବଜାରରେ ଟଙ୍କା ଲଗାଇ ରାତା ରାତି କୋଟିପତି କରିଦେବାର ସ୍ୱପ୍ନ ବିକୁଛନ୍ତି ଏହି ଠକମାନେ ।

ଅଧିକ ପଢ଼ନ୍ତୁ - ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ମହାମହିମ

ହେଲେ ସବୁଠାରୁ ବଡ଼ କଥା ହେଉଛି ଏହି ଠିକଙ୍କ ଜାଲରେ ସାଧାରଣ ଅଶିକ୍ଷିତ ଲୋକ କେବଳ ପଡ଼ୁ ନାହାଁନ୍ତି, ବରଂ ଉଚ୍ଚ ଶିକ୍ଷିତ ସରକାରୀ ବାବୁମାନେ ମଧ୍ୟ ଏମାନଙ୍କ ଜାଲରେ ପଡ଼ିଯାଉଛନ୍ତି । କମ୍ ସମୟ, କମ୍ ଅର୍ଥ ଲଗାଇ ରାତାରାତି କୋଟିପତି ହେବାର ଲୋଭ ସମସ୍ତଙ୍କୁ ଘାରିଛି । ସମ୍ବଲପୁର ଠକେଇରେ ଦେଖିବାକୁ ଗଲେ ୫୦ କୋଟି ଟଙ୍କାର ଠକେଇ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ୫୦ କୋଟିରୁ ୨୦ କୋଟି ଟଙ୍କା କେବଳ ୪୭ ଜଣ ନିବେଶ କରିଛନ୍ତି । ଅର୍ଥାତ ଜଣେ ଜଣେ ଲୋକ ୫୦ ଲକ୍ଷରୁ ଅଧିକ ଟଙ୍କା ବିନିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ - ଅଭିଯୋଗ ଶୁଣୁନାହାନ୍ତି ଅଧିକାରୀ; ଦରମା ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଏଠାରୁ ସ୍ପଷ୍ଟ ଯେ ଏହି ୪୭ ଜଣ ଲୋକଙ୍କ ପାଖରେ କ'ଣ କଳାଧନ ରହିଛି । ଯାହାକୁ ସେମାନେ ଅନ୍ୟ ମାଧ୍ୟମରେ ବିନିଯୋଗ କରି ଆୟକର ଫାଙ୍କିବାକୁ ଚେଷ୍ଟା କରୁଛନ୍ତି କି ? ଯଦି ଏକଥା ସତ୍ୟ ତେବେ ପ୍ରଥମେ ସେହି ବିନିଯୋଗକାରୀଙ୍କୁ ଗିରଫ କରି ସେମାନଙ୍କ ରୋଜଗାର ଓ ଟ୍ୟାକ୍ସ ଫାଇଲ ଯାଂଚ କରିବା ଜରୁରୀ । କାରଣ ସେମାନେ କେଉଁ ଉପାୟରେ ନଗଦ କି ବ୍ୟାଙ୍କ ଟ୍ରାନଜାକ୍ସନ କରି ଠକକୁ ଟଙ୍କା ଦେଇଥିଲେ ତା ଉପରେ ମଧ୍ୟ ଯାଂଚ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe